ବାଲିଗୁଡା: ୧୬/୧୧ (ସୁକାନ୍ତ କୁମାର ତ୍ରିପାଠୀ ) ବାଲିଗୁଡା ସାଇ ପ୍ରଭୁଜି ଗ୍ଲୋବାଲ ସ୍କୁଲରେ ଚତୁର୍ଥ ତମ ବାର୍ଷିକ କ୍ରୀଡା ଉତ୍ସବ ୧୫ ଓ ୧୬ ତାରିଖ ଦୁଇଦିନ ଧରି ପାଳିତ ହୋଇଯାଇଛି l୧୫ ତାରିଖ ଦିନ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ତୀର୍ଥବାସୀ ଘଡ଼ାଇ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l୧୬ ତାରିଖ ରବିବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଓ ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି ଛାତ୍ର, ଛାତ୍ରୀ ଓ ଅଭିଭାବକ ମାନଙ୍କୁ
![]()









ପୁରସ୍କାର ବିତରଣ କରି କ୍ରୀଡାଟିକୁ ଉଦଯାପନ କରିଥିଲେ l ଏହି କ୍ରୀଡା ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ଇଂ ଅଭିଜୀତ ମିଶ୍ର, ପ୍ରଧାନ ଶିକ୍ଷକ ରବିନାରାୟଣ ମିଶ୍ର, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ କ୍ରୀଡା ଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ l ସର୍ବଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ l