ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ସ୍ଥାନୀୟ ଆର୍ କେ ମଧୁମେହ ଏବଂ ଏଣ୍ଡ୍ରୋକ୍ରିନୋଲଜୀ କେନ୍ଦ୍ରରେ,ମଧୁମେହ ରୋଗ ବିଷୟରେ ଏକ ସଚେତନତା କର୍ମଶାଳା ସହ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି l ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଏଣ୍ଡୋକ୍ରିନୋଲୋଜୀ ବିଭାଗର ମୁଖ୍ୟ ପ୍ରଫେସର ଡ. ପି ରବିକୁମାର କର୍ମଶାଳାକୁ ଉଦଘାଟନ କରିଥିଲେ l କର୍ମଶାଳାରେ ପଦ୍ମଶ୍ରୀ ପ୍ରଫେସର୍ କୃଷ୍ଣ ମୋହନ ପାଠୀ, ମୁଖ୍ୟ ଅତିଥି,ପ୍ରଫେସର୍ ନାରାୟଣ ମିଶ୍ର,ମୁଖ୍ୟ ବକ୍ତା ଭାବେ ସୂଜତା ପାଣିଗ୍ରାହୀ,ଅଧ୍ୟକ୍ଷା ଏସ.ଡି.ମହିଳା ମହାବିଦ୍ୟାଳୟ,ଏବଂ ଡ.ଆଶା ବିଶ୍ଵାଳ ଶିକ୍ଷାବିତ ଉପସ୍ଥିତ ରହି ମଧୁମେହ ରୋଗ ସହିତ ଜୀବନ ବଞ୍ଚିବାର ଶୈଳୀ ଓ ନିୟମିତ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଥିଲେ l ଏହାକୁ କିପରି ପ୍ରତିରୋଧ କରାଯାଇ ପାରିବ ସଂପର୍କରେ ପରାମର୍ଶ ଦିଆଯାଇଥିଲା l ମଧୁମେହ ରୋଗର କାରଣ, ନିରାକାରଣ, ଜୀବନ ଶୈଳୀ, ଖାଦ୍ୟ ଓ ବ୍ୟୟାମ ଦିଗରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ବ୍ୟକ୍ତିଙ୍କ ବିଗତ ତିନି ମାସର ହାରାହାରି ରକ୍ତ ସର୍କରା ପରୀକ୍ଷା ମାଗଣାରେ କରାଯାଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ମଧୂମେୟ ସଚେତନତା ପଦଯାତ୍ରା ହୋଇଥିଲା। ପ୍ରଫେସର ପାଠୀ ଏହାକୁ ଉଦଘାଟନ କରିଥିଲେ l ହରେକୃଷ୍ଣ କୋଠିଆ, ସମାଜ ସେବୀ,ମାରୁତି କ୍ଳବ୍ ର ସଭାପତି ଡ.ଶଙ୍କର ମାଝି, ଡ. ରମେଶ ଚନ୍ଦ୍ର ପ୍ରଧାନ, ଏବଂ ଡାକ୍ତର ଆକାଂକ୍ଷା, ବନ୍ଦନା, ଅଙ୍କିତ, ସାଇ ମାଧବ, କାମଲେକ୍ଷ୍ୟ, କପିଳେଶ୍ୱର, ପ୍ରଦୋଷ, ସହ ଅନ୍ୟମାନେ ଯୋଗଦାନ କରିଥିଲେ ।
