ବାଲିପଦର ଧର୍ମ ସମିଳନୀ ସତସଙ୍ଗ ଦ୍ୱାରା ଭଗବତ ପ୍ରାପ୍ତି : ଧର୍ମ ସମିଳନୀ

ବୁଗୁଡ଼ା,(ଏସ.ଏମ.ପି):-

ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ନିମନ୍ତେ ଯେଉଁ ସତ୍ୟ ଚିରନ୍ତନ ସମଗ୍ର ମହଜଗତିକ, ଯେଉଁ ସତ୍ୟରେ ବନ୍ଧା, ସେହି ବିଶାଳ ବିଶ୍ୱର ଅକିଞ୍ଚନ ମାନବ ଖୋଜିବୁଲେ ସତ୍ୟର ସତ୍ୟର ସନ୍ଧାନ, ଦିବ୍ୟ ଜ୍ଞ୍ୟାନ ପ୍ରାପ୍ତି ସମସ୍ତ ଧର୍ମ, କର୍ମ, ବିଶ୍ୱାସ ଓ ଦର୍ଶନ ପାଈଁ ଯେଉଁ ସତ୍ୟ ଶାଶ୍ୱତ ଚିରନ୍ତନ ଓ ମୁକ୍ତି ର ମାର୍ଗ, ସେହି ମାର୍ଗ ର ଏକମାତ୍ର ପଥ ହେଉଛି ସତସଙ୍ଗ l ଯାହା ଦ୍ୱାରା ଭଗବତ ପ୍ରାପ୍ତି ହୂଏ ବୋଲି ଧର୍ମ ସମିଳନୀ ର ପ୍ରବଚକ ମତ ପୋଷଣ କରିଛିନ୍ତି l ବାଲିପଦର ଧର୍ମ ଜାଗରଣ ସମିତି ଆନୁକୂଲ୍ୟରେ ଦ୍ଵାବିଂଶ ଧର୍ମ ସମିଳନୀ କୁମୁଟି ସାହି ସ୍ତିସ୍ତ ପେଣ୍ଠ ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି l ନିମନ୍ତ୍ରିତ ପ୍ରବଚକ ମାନଙ୍କୁ ନେଇ କାଦପଡା ତାନ୍ତୁବାୟ ସହଯୋଗ ସମିତି ଗୃହ ଠାରୁ ଏକ ଶାନ୍ତି ଶୋଭାଯାତ୍ରା ବାହାରି ପେଣ୍ଠ ଘର ଠାରେ ପହଂଚିଥିଲା l ବିଶ୍ୱନାଥ ରଣା ଙ୍କ ସଭାପତିତ୍ୟ ରେ ଅନୁଷ୍ଠିତ ଧର୍ମ ସମିଳନୀ ରେ ବ୍ରହ୍ମା କୁମାରୀ ସୌଦାମିନୀ ( ଓମ ଶାନ୍ତି ), ପାଣ୍ଡଵ ଗୌଡ଼ ( ଗାୟତ୍ରୀ ପରିବାର ), ଗୋବିନ୍ଦ ନାହାକ ( ସନାତନ ଧର୍ମ ), ଆର. ଅଭିମନ୍ୟୁ ( ସନ୍ଥ ନିରଙ୍କରି ), ଡ଼ା. ଅଶୋକ କୁମାର ସାହୁ ( ଠାକୁର ଅନୁକୂଳ ଚନ୍ଦ୍ର ) ପ୍ରମୁଖ ପ୍ରବଚକ ମାନେ ନିଜ ନିଜ ସଂସ୍ଥା ର ଜୀବନ ଦର୍ଶନ ଉପରେ ପ୍ରବଚନ ପ୍ରଦାନ କରିଥିଲେ l କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ରଥ ପ୍ରବଚନ ସଭା ର ନୀତି ନିର୍ଧାରଣ କରିବା ସହ ସଭାକୁ ପରିଚାଳନା କରି ଥିଲେ l ସଂପଦକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବଂଶୀଧର ବିଷୋୟୀ ପ୍ରବଚନ କୁ ସଂଯୋଜନା କରିଥିଲେ l ପରିଚାଳନା ରେ ପ୍ରସନ କୁମାର ବିଷୋୟୀ, ପୂର୍ଣ୍ଣ ଚନ୍ଦ୍ର ଜେନା, ମଙ୍ଗୁଳି ପାତ୍ର, ନରସିଂହ ପାତ୍ର, ବିପ୍ର ଚରଣ ପାତ୍ର, ମଧୁସୂଦନ ଭୋଳ, ରାଜେନ୍ଦ୍ର ରାଉତ, ରାଜେନ୍ଦ୍ର ମହାରଣା, ଏ. ଧର୍ମରାଜ ପାତ୍ର, ଇ. ନୀଳାଞ୍ଚଳ ପାତ୍ର, କବିରାଜ ପରିଡା, ପ୍ରମୋଦ କୁମାର ପାଢ଼ୀ, କିଶୋର ଚନ୍ଦ୍ର ପାତ୍ର, ପି. କ୍ରିଷ୍ଣା ରାଓ ଦୋରା, ହରିହର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଲକ୍ଷ୍ମଣ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ଓମ ଶାନ୍ତି କେନ୍ଦ୍ର ଠାରେ ଆନନ୍ଦ ବଜ଼ାର ବ୍ୟବସ୍ଥା ହୋଇଥିଲା l ଏହି ପ୍ରବଚନ ସଭା ରେ ଶତାଧିକ ଭକ୍ତ ମାନଙ୍କର ସମାଗମ ହୋଇଥିଲା l

Smart Computer Ad
You might also like
error: Content is protected !!