ବରିଷ୍ଠ କଳା ସଂଗଠକ ଅକ୍ଷୟ କର୍ଣ୍ଣ ଙ୍କ ପିତୃ ବିୟୋଗ

ବାଲିଗୁଡା: ୨୩/୧୦ (ସୁକାନ୍ତ କୁମାର ତ୍ରିପାଠୀ)ବରିଷ୍ଠ କଳା ସଂଗଠକ ତଥା ପାରମ୍ପରିକ ଲୋକ କଳାକାର ସଂଘ ର ସଭାପତି ଅକ୍ଷୟ କୁମାର କର୍ଣ୍ଣ ଙ୍କ ପିତା ସମାଜ ସେବୀ କାଶୀନାଥ କର୍ଣ୍ଣ ଶୁକ୍ରବାର ମଧ୍ୟାହ୍ନ ୧୨ ଘଟିକା ଟା ୩୦ ମିନିଟ ସମୟ ରେ ନିଜ ଗାଁ ଫିରିଙ୍ଗିଆ ବ୍ଲକ ଜlର୍ଗିପଦର ଗାଁ ର ୮୦ ବର୍ଷ ବୟସ ରେ ପରଲୋକ ଗମନ କରୁଛନ୍ତି l କିଛି ଦିନ ହେବ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଥିଲେ l ସେ ଜଣେ ଏକାଧାରରେ ସମାଜ ସେବୀ, ଧର୍ମ ପରାୟଣ ଓ ଅମୟିକ ବ୍ୟକ୍ତିତ୍ଵ ଥିଲେ, ମୃତ୍ୟୁ ଶଯ୍ୟା ନିକଟ ରେ ତିନି ପୁଅ ପୁତ୍ର ବଧୁ ନାତି ନାତୁଣୀ ଉପସ୍ଥିତ ଥିଲେ, , ଗାଁ ମଶାଣି ରେ ହିନ୍ଦୁ ରୀତି ନୀତି ଅନୁସାରେ ପର୍ଥବ ଶରୀର ସଂସ୍କାର ହୋଇଯାଇଛି l ବଡ ପୁଅ ଅଜିତ କର୍ଣ୍ଣ ମୁଖଗ୍ନୀ ଦେଇଥିଲେ, କାଶୀନାଥ ଙ୍କ ମୃତ୍ୟୁ ଖବର ବିଜୁଳି ବେଗରେ ପ୍ରସାରିତ ହେବା ପରେ ଶେଷ ଦର୍ଶନ ପାଇଁ ଗାଁ ରେ ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଏବଂ କଳାକାର ଙ୍କ ଭିଡ ଜମିଥିଲା ଏବଂ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ଖବର ପାଇ କନ୍ଧମାଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଏବଂ ଓଡ଼ିଶା ର ଅଗ୍ରଣି ସାଂସ୍କୃତିକ ଅନୁଷ୍ଠାନ କଳା କ୍ଷେତ୍ର ର ପ୍ରତିଷ୍ଠାତା ବସୁଦେବ ମାଳ ବିଷୋୟୀ ଏଵଂ ବରିଷ୍ଠ ସିନେ ତାରକା ଅଶ୍ରୁ ମୋଚନ ମହାନ୍ତି ମୃତକ ଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

Smart Computer Ad
You might also like
error: Content is protected !!