ଭୃଗୁଙ୍କ ନୂଆ ଗପ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗତ ୬ ତାରିଖ ରାତିରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ହୋଇଥିଲା l ବିଜେପି ନେତା ତଥା ଆଇନଜୀବି ସ୍ୱର୍ଗତ ପଣ୍ଡାଙ୍କ ହତ୍ୟା ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଏକ “ସାମ୍ବାଦିକ ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି । ପୀତବାସଙ୍କ ରାଜନୈତିକ ଜୀବନରେ ମିଶି ରହିଥିବା ବିକ୍ରମ ପଣ୍ଡାଙ୍କ ହାତ ଛାଡ଼ିବା ପରଠାରୁ ପ୍ରତ୍ୟେକ ଦିନ ତାଙ୍କର ବେନିୟମ କାର୍ଯ୍ୟକାଳ ଲୋକଲୋଚନକୁ ଆଣିଥିଲେ । ସ୍ୱର୍ଗତ ପଣ୍ଡା ହାତ ଛାଡ଼ିଦେବା ପରେ ଆକ୍ରୋଶମୂଳକ ଭାବେ ହତ୍ୟା ସଡଯନ୍ତ୍ର ହେଲା l ହତ୍ୟା ପରେ ଅଭିଯୁକ୍ତମାନେ ସନ୍ଦେହ ଘେରକୁ ଆସିଥିଲେ l ପୂର୍ବରୁ ଯେଉଁ ଦଳ କହୁଥିଲା ଆଇନ ତା ବାଟରେ ଯିବ ଆଜି ଆଇନର ପ୍ରତିବନ୍ଧକ ସାଜି ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଉଦ୍ୟମ ଆରମ୍ଭ ହୋଇଛି। ଏହି ଘଟଣାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦୁର୍ଭାଗ୍ୟଜନକ l ମନ୍ତ୍ରୀଙ୍କ ଚରିତ୍ର ସ୍ଖଳନ ଉଦ୍ୟମ ନୀନ୍ଦନୀୟ l ମନ୍ତ୍ରୀଙ୍କ ସ୍ଵଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ମଳିନ କରିବାକୁ ଯେଉଁମାନେ ହୀନ ପ୍ରଚେଷ୍ଟା କରୁଛନ୍ତି ତାହାକୁ ଜିଲ୍ଳାବାସୀ କଦାପି ବରଦାସ୍ତ କରିବେ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଭଳି ଜଣେ ଆଦର୍ଶବାଦୀ ମଣିଷଙ୍କୁ ନିନ୍ଦା କରି କୁଚକ୍ରୀ ଗୋଷ୍ଠୀ କେବେ ସଫଳ ହୋଇପାରିବେନି ବୋଲି ବିଜୁ ଜନତା ଦଳର ନେତୃବୃନ୍ଦଙ୍କ ଉପରେ ବର୍ଷିଥିଲେ । ଗଞ୍ଜାମ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ତାଙ୍କର ଚେଷ୍ଟା ଓ ନିଷ୍ଠା ସାରା ଜିଲ୍ଲାବାସୀ ଜାଣନ୍ତି । ସ୍ୱର୍ଗତ ପଣ୍ଡାଙ୍କ ସହ ମାନ୍ୟବର ମନ୍ତ୍ରୀଙ୍କ ସହିତ ଦୀର୍ଘ ଦିନର ବ୍ୟକ୍ତିଗତ ସମ୍ପର୍କ ଥିଲା । ସେ ବିଜେପିରେ ଯୋଗ ଦେବା ପରେ ଦଳର ସବୁ କାର୍ଯ୍ୟରେ ସହଯୋଗ କରି ନିଷ୍ଠାର ସହ ପାଳନ କରି ଆସୁଥିଲେ । ଘଟଣାର ପୂର୍ବଦିନ ଗଞ୍ଜାମ ଜିଲ୍ଲାର ବିକାଶ ମାନଚିତ୍ର ଦଲିଲ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀଙ୍କ ନେତୃତ୍ଵରେ ଅନୁଭବୀ ସମ୍ପର୍ଣ୍ଣ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ନେଇ ବୈଠକ ହୋଇଥିଲା । ଏହି କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ପୀତବାସ ପଣ୍ଡାଙ୍କୁ ସଂଯୋଜକ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା, ପୀତବାସଙ୍କୁ ଗୁଳି କରି ମାରିଦିଆଗଲା l ଖବର ପାଇବା ତତକ୍ଷଣାତ ମନ୍ତ୍ରୀ ବଡ଼ ଡାକ୍ତରଖାନାରେ ପହଞ୍ଚି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଅକର୍ଷଣ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ପୁଲିସ ମହାନିର୍ଦ୍ଦେଶକ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହତ୍ୟା ଘଟଣାରେ ମନ୍ତ୍ରୀ ରାତି ତମାମ ଡାକ୍ତରଖାନାରେ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ କେବଳ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ନାହାନ୍ତି ବରଂ ତାଙ୍କ ଅସମୟରେ ବନ୍ଧୁ ହୋଇ ଠିଆ ହୋଇଛନ୍ତି । ତଦନ୍ତରେ ବାଧା ଉପୁଜିବ ନାହିଁ । ଯେଉଁମାନେ ନିର୍ମମ ହତ୍ୟା କରି ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଜନସାଧାରଣ କ୍ଷମା ଦେବେ ନାହିଁ । ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ଗୁଳି କରି ହତ୍ୟା କଲେ ସଭ୍ଯ ସମାଜ କେବେ ଗ୍ରହଣ କରିବ ନାହିଁ । ଦୋଷୀଙ୍କୁ ଘଣ୍ଟ ଘୋଡାଇବା, ଅନ୍ୟମାନଙ୍କୁ ଦୋଷାରୋପ କରି ଜନସାଧାରଣଙ୍କୁ ଭ୍ରମିତ କରିବା l ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରି ବାଟବଣା କରିବାକୁ ଚେଷ୍ଟା କରିବା l କିଛି କୁଜି ନେତା ମିଛ କହି ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଚନ୍ଦ୍ରଶେଖର ସାହୁ ଓ ଭୃଗୁ ବକ୍ସିପାତ୍ରଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି । ପୂର୍ବରୁ ବିଜେପିରେ ଥିବା ଜଣେ ଜିଲ୍ଲା ପରିଷଦ ସଭ୍ୟ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ସେହି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବର୍ତ୍ତମାନ ବିଜେପିରେ ନାହାନ୍ତି ଏବଂ ଗତ ସାଧାରଣ ନିର୍ବାଚନରେ ସେ କାହା ପାଇଁ କାର୍ଯ୍ୟ କରୁଥିଲେ କାହାକୁ ମଧ୍ୟ ଅଛପା ନାହିଁ ବୋଲି ଅନୁଷ୍ଟିତ”ସାମ୍ବାଦିକ ସମ୍ମିଳନୀରେ” କୁହାଯାଇଛି l ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସଂଶ୍ଲିଷ୍ଟ ନେଇ ଯଦି ସେ ଜାଣିଥିଲେ ତାହାହେଲେ ତଦନ୍ତକାରୀ ପୁଲିସ ଅଫିସରଙ୍କ ନିକଟରେ ହାଜର ହୋଇ ଦାଖଲ କଲେ ନାହିଁ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି । ମନ୍ତ୍ରୀମଣ୍ଡଳରେ ଥାଇ କ୍ରାଇମ୍ କରିବା ଅଭିଯୋଗ ବିଜେଡ଼ିର କହିବା ଅଧିକାର ନାହିଁ । ବିଜେଡ଼ି ସରକାର ଅମଳରେ କେତେଜଣ ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ହତ୍ୟା, ବଳାତ୍କାର ଅଭିଯୋଗ ଆସିଛି ତାହାର ଫାଇଲ ପ୍ରମିଳା ମଲ୍ଲିକଙ୍କ ନିକଟରେ ରହିଛି । ସେଇଟା ଟିକେ ଲୋକଙ୍କୁ ଜଣାଇଲେ ଭଲ ହୁଅନ୍ତା ବୋଲି ବିଜେପି କହିଛି । ବିଜୁ ଜନତା ଦଳ ରାଜନୀତିକରଣ ନକରି ସତ୍ୟ ଉନ୍ମୋଚନ ପାଇଁ ସହଯୋଗ କରୁ । ଯେଉଁ ମାନଙ୍କ ସଂପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ଭୃଗୁ ବକ୍ସିପାତ୍ର ପୁରା ଘଟଣାକୁ ଓଲଟା କରିଦେବାକୁ ନୂଆ ଗପ ସୃଷ୍ଟି କରିବାକୁ ଅପଚେଷ୍ଟା କରିଛନ୍ତି । ବିଜେଡ଼ି ସରକାର ଅମଳରେ ଯାହା ବି ଘଟଣାରେ ଆଇନକୁ ତା ବାଟରେ ଯିବାକୁ ଦିଆଯାଉ ବୋଲି କହୁଥିଲେ । ଏବେ ଆଇନ ତା ବାଟରେ ଗଲା ବେଳେ ବିଜେଡ଼ି ବାଟ ଓଗାଲୁଛି । ନିଜର ରାଜନୈତିକ ସ୍ଵାର୍ଥ ପଦାରେ ପଡ଼ିବା ଆଶଙ୍କାରେ ବିଜେଡ଼ି ତଦନ୍ତକୁ ବାଟବଣା କରିବାକୁ ଅପଚେଷ୍ଟା କରୁଛି । ଏହା ସହ ଚିକିଟିର ଘଟଣାକୁ ନେଇ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ଷଡ଼ଯନ୍ତ୍ର କରି ଯୋଜନାବଦ୍ଧ ଭାବେ ଘଟାଇଥିବା ଏହି ହତ୍ୟାକାଣ୍ଡ ଘଟଣାକୁ ଗତକାଲି ବ୍ରହ୍ମପୁର ଏସପି ଲୋକଲୋଚନକୁ ଆଣିଥିବାରୁ ତାଙ୍କୁ ଏବଂ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ପାଇଁ ଗଠିତ ଟିମ୍ କୁ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃବୃନ୍ଦ ଅଭିନନ୍ଦନ ଜଣlଇଛି l ଅନ୍ୟ ଫାରାର ଅଭିଯୁକ୍ତଙ୍କୁ ଧରିବା ସହ ଏହି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରି ଲୋକଲୋଚନକୁ ଆଣିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମାନେ ପ୍ରକାଶ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, କାହ୍ନୁ ଚରଣ ପତି,ଟି ଗୋପି, ଆସ୍କା, ସୁନିଲ କୁମାର ସାହୁ ପ୍ରଭାତ କିରଣ ଷଡ଼ଙ୍ଗୀ ଓ ସିଦ୍ଧାନ୍ତ ଗଙ୍ଗଦେବଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ l

Smart Computer Ad
You might also like
error: Content is protected !!