ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଖରିଆର ରୋଡ ଗସ୍ତ କରିଛନ୍ତି l ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ଗସ୍ତ କରିଥିବା ସୂଚନା ମିଳିଛି l ଖରିଆର ରୋଡ ଏନଏସି ଗସ୍ତ କରି ବିଜେଡି ପାର୍ଟି କାର୍ଯ୍ୟରେ ଯୋଗ ଦେଇଥିଲେ l ତାଙ୍କର, ବିଧାୟକ ଆଦିରାଜ ପାଣିଗ୍ରାହୀ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା ହୋଇଛି l