ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗଞ୍ଜାମ ଜିଲ୍ଲା ରେ ଥିବା ୨୩ ଟି ତହସିଲ ଅଦାଲତ ଗୁଡିକରେ ପାଞ୍ଚ ବର୍ଷରୁ ଅଧିକ ବର୍ଷଧରି କିରାଣୀ ମାନେ ଚୌକି ମାଡି ବସିଛନ୍ତି l ସରକାରୀ କାର୍ଯ୍ୟରେ ସ୍ୱଛତା ଓ ପାରିଦର୍ଶିତା ଆଣିବା ପାଇଁ ସରକାରୀ କର୍ମଚାରୀଙ୍କୁ ଗୋଟିଏ କାର୍ଯ୍ୟାଳୟ ରେ ସର୍ବାଧିକ ତିନି ବର୍ଷ ରଖିବା ନିୟମ ରହିଥିବା ବେଳେ ତାହା ଠିକ ରୂପେ ପାଳନ ହଉନଥିବା ଦେଖାଦେଇଛି l କିରାଣୀ ମାନଙ୍କ ଔଦ୍ଧତ ବଢିଯାଇଛି ଲାଞ୍ଚ ନ ମିଳିଲେ ଫାଇଲ ଆଗକୁ ଘୁଞ୍ଚୁନାହିଁ l ଲୋକେ ହଇରାଣ ହରକତ ହେଉଥିବା ଜିଲ୍ଲପାଳଙ୍କୁ ଓକିଲ ସଂଘ ସଭାପତି ପତ୍ର ଲେଖିଛନ୍ତି l କନିଷି ତହସିଲ ଅଦାଲତରେ ଫାଇଲ କାମ ତ୍ୱରାନ୍ୱିତ କରିବାକୁ ହେଲେ ନିକଟରେ ଥିବା ପାନ ଓ ଚା ଦୋକାନ ରେ ବ୍ୟବସ୍ଥିତ ଢଙ୍ଗରେ ଆଗତୁରିଆ ଲାଞ୍ଚ ଦେବାକୁ ପଡୁଛି l ନ ଦେଲେ କାମ ହେଉ ନାହିଁ l ସେହିପରି ଗଞ୍ଜାମ ଜିଲ୍ଲା ରେ ଥିବା ଭଞ୍ଜନଗର, ଛତ୍ରପୁର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ବହୁ କିରାଣୀ ବହୁବର୍ଷ ହେଲା ରହି ଆସିଛନ୍ତି lତେଣୁ ସ୍ୱଛତା ଦୃଷ୍ଟି ରୁ ତହସିଲ ଅଦାଲତ ଗୁଡିକରେ ୩ ବର୍ଷରୁ ଅଧିକ ଦିନ ରହିଥିବା କିରାଣୀ ମାନଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ ଦାବି କରିଛନ୍ତି l