ବାରଖମା ରେ କ୍ରିକେଟ୍ ମ୍ୟାଚ୍ ସ୍ପୋର୍ଟସ୍ କୃବ୍ ୨ ୱିକେଟରେ ଜିତି ଟ୍ରଫି ହାସଲ

ବାଲିଗୁଡା, ୧୬/୧୦(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ବାରଖମା ପଞ୍ଚାୟତ ସ୍ଥିତ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ବନ୍ଧୁତ୍ଵପୂର୍ଣ କ୍ରିକେଟ୍ ମ୍ୟାଚ୍ ଗତକାଲି ହୋଇଯାଇଛି lଏଥିରେ ବାରଖାମା ସ୍ପୋର୍ଟସ୍ କ୍ଲବ୍ ଏବଂ ୧୩୬ ବିଏସ୍ଏଫ୍ ବାଟାଲିୟନ ଦଳ ମଧ୍ୟରେ ଏହି ମ୍ୟାଚ୍ ହୋଇଥିଲା lବିଏସ୍ଏଫ୍ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି କ୍ରିକେଟ୍ ମ୍ୟାଚ୍‌ରେ ବାରଖାମା ସ୍ପୋର୍ଟସ୍ କୃବ୍ ୨ ୱିକେଟରେ ଜିତି ଟ୍ରଫି ହାସଲ କରିଛି lଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଭାଗ ନେଇ ଥିଲେ l

Smart Computer Ad
You might also like
error: Content is protected !!