ରାଷ୍ଟ୍ରୀୟ ପୋଷଣ ମାସ ପାଳିତ: ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା

ବାଲିଗୁଡା :16/10(ସୁକାନ୍ତ କୁମାର ତ୍ରିପାଠୀ )ରାଷ୍ଟ୍ରୀୟ ପୋଷଣ ମାସ ଅବସରରରେ ବାଲିଗୁଡ଼ା ବ୍ଲକ୍ ର ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରୀଷ୍ଣା ପଣ୍ଡା ଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ମଞ୍ଜୁଲତା ବେହେରା, ସଂଯୁକ୍ତା ବେହେରା ଙ୍କ ନେତୃତ୍ବ ରେ ଖମନଖୋଲ, ବାରଖମା, ବାଟାଗୁଡା, ସୂଡ୍ରା, ବୁଦ୍ର୍ତୃକିଆ, ବାଲିଗୁଡ଼ା, ସେକ୍ଟର ଏବଂ କ.ନୂଆଗାଁ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୋନିଆ ହେମ୍ବ୍ରମ ଙ୍କ ନିର୍ଦ୍ଦେଶ କ୍ରମେ ସୁପର ଭାଇଜର ଅରୁନ୍ଧତି ନାୟକ, ବିଷ୍ଣୁ ପ୍ରିୟା ସାହୁ, ମଧୁମିତା ସେଠୀ, ରିତାଞ୍ଜଳି ପଟ୍ଟନାୟକ, ବିନୋଦ ଦିଗାଲ, ଯୋଗେଶ ବଳିୟାର ସିଂ ଙ୍କ ନେତୃତ୍ବ ରେ କ ନୂଆଗାଁ ବ୍ଲକ୍ ର ଗୁଞ୍ଜିବାଡି,

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ: ପଥପ୍ରାନ୍ତ ନାଟକ ମାଧ୍ୟମ ରେ ଜନ ସଚେତନତା

କେଲେମା, କ ନୂଆଗାଁ, ସିର୍ତ୍ତିଗୁଡ଼ା, ମହlସିଙ୍ଗ, ସାରଂଗଡ, ସେକ୍ଟର ରେ ଶିଶୁ ଓ ମାଆ ର ଉପଯୁକ୍ତ ପୋଷଣ ଏବଂ ମେଦବହୁଳତା ରୋଗ ର ନିରାକରଣ ପାଇଁ ତେଲ ଓ ମସଲା ଯୁକ୍ତ ଲବଣ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହି କମ୍ ଚିନି, ଲବଣଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ୍ ଖାଦ୍ୟ ରୁ ନିବୃତ୍ତ ରହି ବାଡି ବଗିଚାର ତଟକା ପନିପରିବା ଶାଗ କ୍ଷୀର ଭଳି ସୁଷମ ଖାଦ୍ୟ ବ୍ୟବହାର ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ବ ରେ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର କଳକାର ମାନେ ଗୀତ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମ ରେ ନିଖୁଣ ଅଭିନୟ କରି ଜନ ସଚେତନର ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି କର୍ମୀ ଆଶା କର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!