ଶିଳ୍ପ ବିହୀନ ନୟାଗଡ ଜିଲ୍ଲା :: ସ୍ବପ୍ନ ରେ ରହିଲା କାଗଜ କଳ 

   ନୟାଗଡ (ପ୍ରଭାକର ଶିରୋମଣି):-

କଣ୍ଟିଲୋ  / ଦୀର୍ଘ ୨୫ ବର୍ଷ ବିତିଗଲା l କହିବାକୁ ଗଲେ ଦୁଇଟି ଯୁଗ l ନୟାଗଡ ଜିଲ୍ଲା ଅଧିବାସୀ ମାନଙ୍କୁ ସ୍ବପ୍ନ ଦେଖାଇଥିଲେ ତତକାଳୀନ ବିଜେଡି ସଭାପତି ନବୀନ ପଟ୍ଟନାୟକ l ଦୁଇ ତିନୋଟି ନିର୍ବାଚନୀ ସଭାରେ କଥା ଦେଇ କଥା ରଖିଲେନି ମୁଖ୍ୟମନ୍ତ୍ରୀ ଆସନ ରେ ବସିବା ପରେବି l            ସର୍ବୋଚ୍ଚ କ୍ଷମତାରେ ନିଜ ଶାସନ ଗାଦିରେ ଦୀର୍ଘ ୨୪ ବର୍ଷ ହେଲା ରହିଲା ପରେ ମଧ୍ୟ ଭୁଲି ଗଲେ ତାଙ୍କ ପ୍ରତିଶୃତି ଦେଇଥିବା “ଦଶପଲ୍ଲା କାଗଜ କଳ ” l ନୟାଗଡ ଜିଲ୍ଲା ରେ  ୪ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ୪ ବିଧାୟକ ଓ ଦୁଇ ଜଣ ସାଂସଦ  ଶାସକ ଦଳ ର ସାଂସଦ ଥିବା ବେଳେ ସେ ମାନଙ୍କ ପାଟିରେ ତାଲା ପଡିଥିଲା ଯେମିତି l .           ଉଲ୍ଲେଖ ଯୋଗ୍ୟ, ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ନୟାଗଡ ଜିଲ୍ଲା ବାସୀ ସ୍ବପ୍ନ ଦେଖି ଥିଲେ ଦଶପଲ୍ଲା ଅଞ୍ଚଳରେ କାଗଜ କଳ ପ୍ରତିଷ୍ଠା ହେଲେ ସେମାନଙ୍କ ଦୁଃଖ ଦୂର ହେବା ସଙ୍ଗେ ସଙ୍ଗେ” ଦାଦନ ” ଯନ୍ତ୍ରଣାରୁ ରକ୍ଷା ପାଇଥାନ୍ତେ l ହେଲେ ସେ ସ୍ବପ୍ନ ତାଙ୍କର ଦିବା ସ୍ବପ୍ନ ରେ ପରିଣତ ହୋଇଗଲା l         ସୂଚନାରୁ ଜଣା ଯାଏଯେ ଦଶପଲ୍ଲା ଗଡଜାତ ଅଞ୍ଚଳ ରେ ବିପୁଳ ପରିମାଣ ରେ ବାଉଁଶ ଗଛ ଥିବାରୁ ସ୍ୱାଧୀନତା ପରେ ପରେ ଦଶପଲା ଅଞ୍ଚଳରେ ଏକ କାଗଜ କାରଖାନା କରିବାପାଇଁ ବୁଦ୍ଧିଜୀବୀ ଓ ବୟସ୍କ ଲୋକମାନେ ଚିନ୍ତା କରିଥିଲେ ଓ ଏହି କାଗଜ କାରଖାନା ରେ ଗାଉଁଲି ଶ୍ରମିକ ମାନେ ଆଉ ବାହାରକୁ ନଯାଇ ଏଠାରେ ନିୟୋଜିତ ହୋଇପାରିବେ ବୋଲି ଚିନ୍ତା କରାଯାଇଥିଲା l ସେତେବେଳେ ପ୍ରଭୂତ ପରିମାଣରେ ବାଉଁଶ ଦଶପଲ୍ଲା ଜଙ୍ଗଲର ସତକୋଶିଆ ଆଦି ବିଭିନ୍ନ ପାହାଡ଼ରୁ କଣ୍ଟିଲୋ କୁ ଟ୍ରକ ଯୋଗେ ଆସୁଥିଲା ଓ ନିକଟସ୍ଥ ବଡ଼ ବାଣପୁର” ହିଲଜର “କମ୍ପାନୀ ଡିପୋରେ ଗଛିତ ରଖି ଭେଳା ମାଧ୍ୟମରେ ମହାନଦୀରେ କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର କାଗଜ କଳକୁ ଓ ଟ୍ରକରେ କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର କାଗଜ କଳ କୁ ପଠା ଯାଉଥିଲା l l           ଅପର ପକ୍ଷରେ ନୟାଗଡ ଜିଲ୍ଲାବାସୀ କାଗଜ କଳ ସ୍ନପ୍ନ ସ୍ୱାଧୀନତା ଅବ୍ୟବହୃତ ପୂର୍ବରୁ ଦେଖି ନିରାଶ ହୋଇଥିଲା ବେଳେ ଖଣ୍ଡପଡା ମଧୁବନ ଖେଳ ପଡିଆରେ ୨୦୦୦ ମସିହା ସାଧାରଣ ନିର୍ବାଚନୀ ସଭାର�

Smart Computer Ad
You might also like
error: Content is protected !!