କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ

ବାଲିଗୁଡା: ୧୫/୧୦ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏଥିରେ ଓଡ଼ିଶାର ବିଶିଷ୍ଟ ବୈଦିକ ବିଦ୍ୱାନ, ଖୋର୍ଦ୍ଧା ଜିଲ୍ଲା ପରିଚ୍ଛଳ ଗ୍ରାମ ସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ପ୍ରତିଷ୍ଠାତା ତଥା ଓଟିଭି ଚ୍ୟାନେଲରେ ସର୍ବେ ଭବନ୍ତୁ ସୁଖୁନଃ କାର୍ଯ୍ୟକ୍ରମର ନିୟମିତକାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ପ୍ରବଚକ ଓ ପ୍ରାର୍ଥନା ଚ୍ୟାନେଲର ପ୍ରସାରିତ ବାଳକେ ମୋର ବୋଲକର ଉପନିଷଦର ଉପକଥା, ଜ୍ଞାନଗୁରୁ ଭଳି ଆଦି ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ବିଷିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି l ଏଣୁ ଅଞ୍ଚଳ ର ସମସ୍ତ ଆଧ୍ୟାତ୍ମିକ ପ୍ରେମୀ ବନ୍ଧୁ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଆଧ୍ୟାତ୍ମିକ କୃପା ଲାଭ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l

Smart Computer Ad
You might also like
error: Content is protected !!