ସଂଗୀତ ଗୁରୁନାରାୟଣ ନାହାକଙ୍କ ଧର୍ମପତ୍ନୀଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧରେ ଭଜନ ସମାରୋହ

ବ୍ରହ୍ମପୁର,(ବିଚିତ୍ରସାହୁ):-

ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ବାସିନ୍ଦା ତଥା ଗଞ୍ଜାମର ଅନ୍ୟତମ ସଂଗୀତ ଗୁରୁ ନାରାୟଣ ନାହାକଙ୍କ ଧର୍ମପତ୍ନୀ ସ୍ବର୍ଗତା ନମିତା ନାହାକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ଲଷ୍ମୀପୂର ଗ୍ରାମରେ ସଂଗୀତ ଗୁରୁ ତଥା କରାପଲ୍ଲୀ ହାଇସ୍କୁଲ ଶିକ୍ଷକ ଧୀରେନ୍ଦ୍ର ନାଥ ସଭାପତିଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି l ଏହି ସ୍ମୃତି ଚାରଣ ସଭାରେ ନା ରାୟଣ ନାହାକଙ୍କ ଗୁରୁ ତଥା ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ବର୍ଗତା ନମିତାଙ୍କ ସ୍ୱାମୀଙ୍କ ପ୍ରତି ଭକ୍ତି ଓ ସହାଭାଗୀତା ଉପରେ ସ୍ମୃତି ଚାରଣ କରିଥିଲେ l ସାମ୍ବାଦିକ କ୍ଷେତ୍ରବାସି ସାହୁ ମଧ୍ୟ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ସ୍ବର୍ଗତା ନମିତାଙ୍କ ସ୍ମୃତିରେ ଗଞ୍ଜାମର ବିଭିନ୍ନ କଣ୍ଠ ଶିଳ୍ପୀଙ୍କ ସହଯୋଗରେ ଏକ ଭଜନ ଆସର ଆୟୋଜନ କରାଯାଇଥିଲା l ଏଥିରେ ନାରାୟଣଙ୍କ ଅନେକ ଶିଷ୍ୟ ଶିଷ୍ୟା, ସହଯୋଗୀ ଛତ୍ରପୁର, ଗୋପାଳ ପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର ଠାରୁ ଆସି ଅଂଶ ଗ୍ରହଣ କରି ଭଜନ ପରିବେଷଣ କରିଥିଲେ l ଗୁରୁ ନୀଳାଞ୍ଚଳ ବେହେରା, ରଶ୍ମିରଂଜନ ସାହୁ,ମାଧବ ସାହୁ,ଜଗନ୍ନାଥ, ବାବୁଲା, ମୁନା,ବିଶ୍ୱଜିତ, ପ୍ରଫୁଲ୍ଲ, ପରମେଶ୍ୱର ପ୍ରମୁଖ ଭଜନ ପରିବେଷଣରେ ସହଯୋଗ କରିଥିଲେ l

Smart Computer Ad
You might also like
error: Content is protected !!