କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଛତ୍ରପୁର,(ବିଚିତ୍ର ସାହୁ):-

ଛତ୍ରପୁର ବ୍ଲକ ଅନ୍ତର୍ଗତ କେ. ଟି. ଏନ. ପୁର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କେରାଣ୍ଡିତୋଳା ନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି l ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି. ସୁଦାମଙ୍କ ସଭାପତିତ୍ୱରେ ପରିଚାଳିତ ଏଇ କାର୍ଯ୍ୟକ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୂ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର, ଛାତ୍ରୀ ମାନେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ କରି ସମାଜରେ ପ୍ରତିଷ୍ଠିତ ହେଵା ପାଇଁ ପରାମର୍ଶ ଦେଇଥିଲେ l ଏହି ଉତ୍ସବରେ ଟାଙ୍ଗଣା ପଲ୍ଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରସାଦ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବଳରାମ ସେଠି,ବାସନ୍ତୀ ନାୟକ, ଏସ ଏମ ସି ସଭାପତି ଶିବ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ଶତପଥିଙ୍କ ସଂଯୋଜନାରେ ପରିଚାଳିତ ଉତ୍ସବରେ ସି ଆର ସି ସି ଗିରିଶ ଚନ୍ଦ୍ର ମହାନ୍ତି ଉତ୍ସବର ବିବରଣୀ ଉପସ୍ଥାପନ କରିଥିଲେ l କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଥିଲେ ଏବଂ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଛତ୍ରପୁର ବ୍ଲକ ସ୍ତରୀୟ ସୁରଭି ଉତ୍ସବରେ କେରାଣ୍ଡିତୋଳା ନାରାୟଣ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ସେମାନଙ୍କର ପ୍ରତିଭା ଉପସ୍ଥାପନ କରବା ପାଇଁ ଚୟନ ହୋଇଥିବା କଥା ପ୍ରଧାନ ଶିକ୍ଷକ ଶତପଥି ସୂଚନା ଦେଇଛନ୍ତି l ପୂର୍ବରୁ ଏ ବିଓ ନମିତା ରାଣୀ ରାଉତ ଉତ୍ସବ ଉଦ୍ଘାଟନ କରିଥିଲେ l ରାଜେନ୍ଦ୍ର ମହାପାତ୍ର ଓ ନିର ଞ୍ଜନ ବାଡତ୍ୟା ବିଚାରକ ରୂପେ ଯୋଗଦେଇଥିଲେ l ବିଦ୍ୟାଳୟର ଶିକ୍ଷକ ରିଫିନା ମଲ୍ଲିକ, ସୁଦାମ ଷଣ୍ଢ, ସୁମିତ୍ରା ପରିଡା, ରମା ସାହୁ, ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Smart Computer Ad
You might also like
error: Content is protected !!