ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର” ଏକ ସଚେତନତା

ବ୍ରହ୍ମପୁର,(ବିଚିତ୍ର ସାହୁ):-

:ଆର୍ଥିକ ସେବା ବିଭାଗ ଅର୍ଥ ମନ୍ତ୍ରାଳୟ ଭାରତ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ଆର୍ଥିକ କ୍ଷେତ୍ରରେ ଦାବି କରାଯାଇନଥିବା ସମ୍ପତ୍ତିର ଦକ୍ଷ ଏବଂ ଶୀଘ୍ର ବିନିଯୋଗ କୁ ସହଜ କରିବା ପାଇଁ ଏକ ଅଭିଯାନ ସମସ୍ତ ରାଜ୍ୟରେ ଆରମ୍ଭ ହୋଇଛି l ପ୍ରଥମ ପର୍ଯ୍ୟାୟ ରେ ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଅଗ୍ରଣୀ ବ୍ୟାଙ୍କ୍ ୟୁନିଅନ ବ୍ୟାଙ୍କ୍ ସୌଜନ୍ୟ ରେ ଆସନ୍ତା କାଲି ୧୫/୧୦/୨୦୨୫ ପୂର୍ବାହ୍ନ ୧୦.୦୦ଘଟିକା ରୁ ଅପରାହ୍ନ ୪.୦୦ଘଟିକା ପର୍ଯ୍ୟନ୍ତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ,ବ୍ରହ୍ମପୁର ପରିସର ରେ ଥିବା ଅଡିଟୋରିୟମ ହଲ ରେ “ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର” ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହେବାକୁ ଯାଉଛି l ଏହି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ସମେତ ବିଭିନ୍ନ ବ୍ୟାଙ୍କ୍ ,ଇନସୁରାନସ୍ କମ୍ପାନୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ବ୍ୟାଙ୍କ୍ ଜମାରାଶି ଗ୍ରାହକ ଓ ଜନସାଧାରଣଙ୍କୁ ସଚେତନ କରିବା l

Smart Computer Ad
You might also like
error: Content is protected !!