ରୋଟାରି ଇଷ୍ଟ ତରଫରୁ ରାଜ୍ୟର ଚାରି ଜିଲ୍ଳାରେ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଆନ କୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ନୟାଗଡ଼ ରୋଟାରୀ କ୍ଲବ ଏବଂ ବିଜୁ ମହାବୀର ଫୁଟ୍ ସେଣ୍ଟର, ଖେlର୍ଦ୍ଧାଙ୍କ ସହଭାଗିତାରେ ରାଜ୍ୟର ଚାରି ଜିଲ୍ଲା ଗଞ୍ଜାମ, ନୟାଗଡ, ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲାର ଭିନ୍ନ କ୍ଷମଙ୍କୁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି l ନୟାଗଡ ଠାର ନଭେମ୍ବର 3 ରୁ 7,ସୁନ୍ଦଗଡ଼ର ବରଗାଁ ଆ ଇ ଟି ଆଇ ଠାରେ 10 ରୁ 14,ଗଞ୍ଜାମର ବ୍ରହ୍ମପୁର ଧର୍ମନଗର -5 ରେ 18ରୁ 22 ଏବଂ ଗଜପତିର ପାରଳାଖେମୁଣ୍ଡି ଟାଉନ ହଲ ଠାରେ 24 ରୁ 27 ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହଯୋଗ କ୍ରମେ ଆୟୋଜିତ ହେଉଥିବା ବିଷୟ ରୋଟାରୀ ଜିଲ୍ଲା -3262ର ଭିନ୍ନକ୍ଷମ ପ୍ରୋଜେକ୍ଟ ଚେୟାରମ୍ୟାନ ଅଜିତ କୁମାର ପୃଷ୍ଟି ସୂଚନା ଦେଇଛନ୍ତି l ବ୍ରହ୍ମପୁର ଧର୍ମ ନଗର -5 ସଭା ଗୃହରେ କ୍ଲଵ ସଭାପତି ଡ଼ଃ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଉକ୍ତ ଚାରି ସ୍ଥାନରେ ହିତାଧିକାରୀ ମାନଙ୍କୁ ବିଭିନ୍ନ ମାଧ୍ୟମରେ tଆହ୍ୱାନ କରାଯାଇ ସେମାନଙ୍କୁ ଆବଶ୍ୟକ ହେଉଥିବା କୃତ୍ରିମ ଅଙ୍ଗ ଯଥା -ଗୋଡ଼, ହାତ, ଆଶା ବାଡି, ଶ୍ରବଣ ଯନ୍ତ୍ର କିପରି ମାଗଣାରେ ଏବଂ ସୁବିଧାରେ ଯୋଗାଇ ଦିଆ ଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା l ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣ ସହଯୋଗ, ସାହାଯ୍ୟ କରିବା ପାଇଁ ନିବେଦନ କରାଯାଇଛି l ବିଶେଷକରି ଗଣମାଧ୍ୟମ କର୍ତ୍ତୃପକ୍ଷ ଏହି ଜନ ହିତକାରି କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର କରିବା ପାଇଁ ନିବେଦନ କରାଯାଇଛି l ଏହି ବୈଠକରେ ପୂର୍ବତନ ସଭାପତି ବୃନ୍ଦ ଜୟନ୍ତ କିଶୋର ପାତ୍ର, ନରସୁ ଜେନା, କାମରାଜୂ ମହାରଣା, ସୁଧାଂଶୁ ଶେଖର ଖଡ୍ଗରାୟ, ଆଇ ରାଜେଶ୍ୱର ରାଓ, ସୁମିତ ପଟ୍ଟନାୟକ, ଆଗାମୀ ବର୍ଷର ସଭାପତି ହୃଷିକେଶ ପ୍ରଧାନ, ଦୁର୍ଗା ରାଓ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ସମ୍ପାଦକ ଅଶ୍ୱନୀ ପାତ୍ର ଧନ୍ୟବାଦ ଦେଇଥିଲେ l

Smart Computer Ad
You might also like
error: Content is protected !!