ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଡାଲି ଉତ୍ପାଦନରେ ଭାରତ ବର୍ଷ କୁ ଆତ୍ମ ନିର୍ଭରତା ପାଇଁ ମିଶନ୍

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ କର କମଳ ରେ ଆଜି ଆଭାସି ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ର ଶୁଭାରମ୍ଭ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଜିଲ୍ଲାପାଳ କୀର୍ତ୍ତି ୱାସନ୍ ସମସ୍ତଙ୍କୁ ସ୍ବାଗତ କରିବା ସହ ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଉତ୍ପାଦନରେ ଭାରତ ବର୍ଷ କୁ ଆତ୍ମ ନିର୍ଭରଶୀଳ କରିବ l ଡାଲି ଉତ୍ପାଦନ ବୃଦ୍ଧି ଏବଂ ଆମଦାନୀ ହ୍ରାସ ହେବ l କୃଷି ଭାଇ ଭଉଣୀ ମାନେ ଆତ୍ମନିର୍ଭରଶୀଳ ହେବେ l ସମସ୍ତେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ l ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା,ବାଣିଜ୍ୟ ପରିବହନ,ଖଣି ଓ ଇସ୍ପାତ ବିଭାଗ ଏବଂ ସମ୍ମାନିତ ଅତିଥି ଭାବେ ମାନ୍ୟବର ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନି,ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, କବିସୂର୍ଯ୍ୟ ନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ l ଆଜିର କାର୍ଯ୍ୟକ୍ରମର ଆଭିମୁଖ୍ୟ ଭାରତରେ କୃଷି ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏକ ବ୍ୟାପକ କୃଷି ଯୋଜନା ପ୍ରସ୍ତୁତ ରଖାଯାଇଛି l ଡାଲି ଉତ୍ପାଦନ ରେ ଭାରତ ବର୍ଷ କୁ ଆତ୍ମ ନିର୍ଭର,ଆମଦାନୀ ହ୍ରାସ ଓ ଉତ୍ପାଦନ ବୃଦ୍ଧି କରିବା l ଏହି ଯୋଜନ ଭାରତ ବର୍ଷରେ ୧.୭କୋଟି କ୍ଷୁଦ୍ର ଓ ନାମ ମାତ୍ର କୃଷକ ,ମହିଳା, ଏବଂ ଯୁବକ ଯୁବତୀଙ୍କୁ ନୂତନ ଜ୍ଞାନ କୌଶଳ,ତାଲିମ ପ୍ରକୃଷ୍ଟ ବଜାର ଯୋଗେଇ ଦେବାକୁ ଲକ୍ଷ୍ୟ ରଖିଛି l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ ,ଗଞ୍ଜାମ ଜିଲ୍ଲାର କୃଷି ଭାଇ ଭଉଣୀ ମାନେ ଉପସ୍ଥିତ ରହିଥିଲେ l

Smart Computer Ad
You might also like
error: Content is protected !!