ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୃର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଥିଲେ l ଘଟଣା କୁମାର ପୂର୍ଣ୍ଣିମା ରାତିରେ ଘଟିଥିଲା l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍ ଗଠନ ହୋଇଥିଲା l ଭିନ୍ନ ଭିନ୍ନ ସ୍ଥାନରୁ ସି ସି ଟିଭି ଫୁଟେଜ ସଂଗ୍ରହ ହୋଇଛି l ଗୋଟିଏ ଦାମୀ କାରକୁ ଜବତ କରlଯାଇଛି l ୫୦ରୁ ଅଧିକ ସି ସି ଫୁଟେଜକୁ ନେଇ ତଦନ୍ତ ହୋଇଛି l କିଛି ଜଣକୁ ନେଲ ଜେରା ସମୟରେ ୬ରୁ ୭ ଜଣକଙ୍କ କଥା ରେ ପୋଲିସକୁ ସନ୍ଦେହ ଆସିଛି l ୩ରୁ ୪ ଜଣଙ୍କୁ ଜେରା ସମୟରେ ଅତିରୁ ଅତି ସନ୍ଦେହ ଆସିଛି l ଏମାନଙ୍କ ମଧ୍ୟରେ ୨ ଜଣ ଯବାନ ଥିବା ଆଲୋଚନା ଚାଲିଛି l ପୋଲିସ ଦୃର୍ବୁତ୍ତଙ୍କ ନିକଟ ତର ହେଉଥିବା କୁହାଗଲlଣି l ଅତି ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହୋଇପାରିବ l ଗୁଳି ମାରି ଚମ୍ପଟ ମାରିଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଅତି ଶୀଘ୍ର କାବୁ କରିବାକୁ ଯାଉଛି l
