ବିଜେଡିର ଶୋଭାଯାତ୍ରା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ବିଜୁ ଯୁବ-ଛାତ୍ର ଜନତା ଦଳର ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଗଞ୍ଜାମ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ରାଜ୍ୟ ଯୁବ ଓ ଛାତ୍ର ସଭାପତି ଚିନ୍ମୟ ସାହୁ ଏବଂ ଇପ୍ସୀତା ସାହୁ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ l ରାଜ୍ୟରେ ପୋଲିସ ଏସ ଆଇ ଚାକିରୀ ବିକ୍ରି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିକ୍ଷୋଭ କରାଯାଇଛି l ସ୍ଥାନୀୟ ରାମଲିଙ୍ଗମ ପାର୍କ ଠାରୁ ଆରମ୍ଭ ହୋଇ ଖଲିକୋଟ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ପହଞ୍ଚିଥିଲା l ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଏସ ଆଇ ପରୀକ୍ଷାର ସିବିଆଇ ତଦନ୍ତ ଦାବି କରାଯାଇଛି l ବହୁ ବିଜେଡ଼ି କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ l ମେୟର ସଂଘମିତ୍ରା ଦଳାଇ,ଆର ସି ସି ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ସୁବାସ ମହାରଣା, ସୁବାସ ବେହେରାଙ୍କ ସମେତ ମହିଳା ପୁରୁଷ ଯୁବ ଅଂଶ ଗ୍ରହଣ କରିଥିଲେ l

Smart Computer Ad
You might also like
error: Content is protected !!