ନୟାଗଡ(ପ୍ରଭାକର ଶିରୋମଣି):-
ସ୍ଥାନୀୟ ଖୁଦ ବେହେରା ପାଟଣା ସାହିରେ ପ୍ରତିଷ୍ଠିତ ଶ୍ରୀ ରଘୁନାଥ ଜୀଉ କୋଠଘର ୱେଲଫେୟାର ଟ୍ରଷ୍ଟ କୁ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାନ୍ୟବର କଟକ ଲୋକ ସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ସୋମବାର ଉଦଘାଟନ କରିଥିଲେ l ଏତଦ ଉପଲକ୍ଷେ ଆୟୋଜିତ ଏକ ସଭାରେ ମାନ୍ୟବର ଖଣ୍ଡପଡା ବିଧାୟକ. ଦୁଷ୍ମନ୍ତ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କଣ୍ଟିଲୋ ପର୍ଯ୍ୟଟନ କେନ୍ଦ୍ରର ବିକାଶ ସହିତ ମହାନଦୀ କୂଳ ଅଞ୍ଚଳ ର ବିକାଶ ଦିଗରେ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସହଯୋଗ ସମ୍ପର୍କ ରେ ମାନ୍ୟବର ସାଂସଦ ଶ୍ରୀ ମହତାବ ସଭାରେ ଉପସ୍ଥିତ ଗ୍ରାମବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅପର ପକ୍ଷରେ କଣ୍ଟିଲୋ ରେ ଥିବା କଂସା ପିତ୍ତଳ କାରିଗର ମାନଙ୍କ ସୁବିଧା ନିମନ୍ତେ ଆଗାମୀ ଦିନ ରେ ବ୍ୟାଙ୍କ ମାଧ୍ୟମରେ ରେ ଋଣର ବ୍ୟବସ୍ଥା କରାଯାଉଥିବା ସୂଚନା ସମ୍ବନ୍ଧରେ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ମାନ୍ୟବର ଖଣ୍ଡପଡା ବିଧାୟକ ଶ୍ରୀ ସ୍ବାଇଁ ନୀଳମାଧଵ ପୀଠକୁ କେନ୍ଦ୍ରସରକାର ଙ୍କ ପ୍ରତ୍ନତତ୍ୱ ଵିଭାଗ ମାଧ୍ୟମରେ ଅଧିକ ବିକାଶ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଯୋଜନା ରହିଛି ବୋଲି କହିବା ସଙ୍ଗେ ସଂଗେ କଣ୍ଟିଲୋ କୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ସହିତ ଖୁବ ଶୀଘ୍ର ୨୪ ଘଣ୍ଟିଆ ମେଡିକାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଵ ବୋଲି ତାଙ୍କ ଭାଷଣ ମାଧ୍ୟମରେ ସୂଚନା ଦେଇଥିଲେ l ସଭା ଆରମ୍ଭ ପୂର୍ବରୁ ଅତିଥି ମାନେ ଶ୍ରୀ ନୀଳମାଧବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟlର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଏହି ସଭାରେ ସମ୍ପାଦକ ରାଜେଶ କୁମାର ଦାସ ଅନୁଷ୍ଠାନ ର ବିବରଣୀ ପଠନ କରି ସାଂସଦ ଶ୍ରୀ ମହତାବଙ୍କୁ ” ଉତ୍କଳ କେଶରୀ ଗୌରବ ” ଓ ବିଧାୟକ ଶ୍ରୀ ସ୍ବାଇଁ ଙ୍କୁ ” ପଠାଣି ସାମନ୍ତ ଗୌରବ ” ଉପାଧି ରେ ଭୂଷିତ କରିଥିଲେ l ଅନ୍ୟତମ ଅତିଥି ଭାବରେ ସାଂସଦଙ୍କ ଖଣ୍ଡପଡା ପ୍ରତିନିଧି ଚନ୍ଦ୍ର କାନ୍ତ ବଳିୟାର ସିଂହ ଓ କଣ୍ଟିଲୋ ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା ଯୋଗ ଦେଇଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମ
