ବାଲିଗୁଡା, ୦୮/୧୦(ସୁକାନ୍ତ କୁମାର ତ୍ରିପାଠୀ)
ଚଳିତ ବର୍ଷ ଏବଂ ଡ଼ାଇରିଆକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ବିଭାଗ କନ୍ଧମାଳ ଓ ବାଲିଗୁଡ଼ା ପୋଲିସ ସହିତ ମିଳିତ ଭାବରେ ଆଜି ଦଣ୍ଡପଦର ଓ ବସ ଷ୍ଟାଣ୍ଡ ରେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୩୦ ଜିଲୋଗ୍ରାମ ରଙ୍ଗୀନ ଖାଦ୍ୟ ନଷ୍ଟ କରିଥିଲେ l ଏବଂ ବିଭିନ୍ନ ପ୍ରତିଷ୍ଠାନ ଉପରେ ୭,୦୦୦ ଟଙ୍କା ଜରିମାନା ଆଦାୟକରାଯାଇଛି l ଏଭଳି ଚଡଉ ଆଗକୁ ଜାରି ରହିବ ବୋଲି ଫୂଡ଼ ଇନ୍ସପେକ୍ଟର ସତ୍ୟବ୍ରତ ଷେଣ୍ଡ କହିଛନ୍ତି |
