ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୃର୍ବୁତ୍ତ ମାନେ ହତ୍ୟା କରିଛନ୍ତି l ବାସଭବନ ସମ୍ମୁଖରେ ତାଙ୍କ ଉପରକୁ ଗୁଳି ଫୁଟିଥିଲା l ଦୁଃଖଦ ଘଟଣା ପ୍ରଚାର ପରେ ସହର ସ୍ତବ୍ଧ ହୋଇଯାଇଥିଲା l ଘଟଣା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ,ମନ୍ତ୍ରୀ ବିଭୂତି ଭୂଷଣ ଜେନା,ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଅନୀଲ କୁମାର, ଜିଲ୍ଲା ସଭାପତି ସରୋଜ ସାବତ ସମେତ ବହୁ ଆଇନଜୀବୀ ପହଞ୍ଚିଥିଲେ l ସ୍ବର୍ଗତ ପଣ୍ଡା ଜଣେ ଜଣାଶୁଣା ନେତା l ଜଣେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ l ରାଜ୍ୟ ବାର କାଉନସିଲ ଘଟଣlକୁ ନେଇ ନିନ୍ଦା କରିଛି l ଆସନ୍ତା କାଲି ରାଜ୍ୟ ସାରା ସମସ୍ତ ଆଇନଜୀବୀ କାର୍ଯ୍ୟବନ୍ଦ କରିବା ନେଇ ଅନୁରୋଧ କରାଯାଇଛି l ୪୮ଘଂଟା ମଧ୍ୟରେ ଦୃର୍ବୁତ୍ତ ମାନଙ୍କୁ ଗିରଫ କରିବା ଦାବି ହୋଇଛି l ଘଟଣାର ନ୍ୟାୟପାଳିକା ତଦନ୍ତ ସହ ୧କୋଟି କ୍ଷତି ପୂରଣ ଦାବି ଉଠିଛି l ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ଘଟଣାର ନିନ୍ଦା କରିଛନ୍ତି l ଏହା ଏକ ଦୁଃଖଦ ଘଟଣା l ଏହାର ଉଚିତ ତଦନ୍ତ କରାଯାଇ କଡ଼ା କର୍ଯ୍ୟବୁଷ୍ଠାନ ନିଆଯିବା ନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି l ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ସ୍ବର୍ଗତ ପଣ୍ଡାଙ୍କ ଶେଷ ଦର୍ଶନ କରିଛନ୍ତି l ବିଜେଡି ନେତା ସୁବାଷ ମହାରଣା ଉପସ୍ଥିତ ଥିଲେ l ପୋଲିସର ଏକ ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ କରୁଛନ୍ତି l ଘଟଣା ପରେ ଆଇଜି ନିତି ଶେଖର ପହଞ୍ଚି ଥିଲେ l ସି ସି କ୍ୟାମେରା ଆଡକୁ ମଧ୍ଯ ନଜର ରହିଛି l ଅନ୍ୟପଟେ ସହର ଏବଂ ଜିଲ୍ଲାର ଆଇନ ଶୃଙ୍ଖଳାକୁ ନେଲ ଏବେ ପ୍ରଶ୍ନ ଉଠିଛି l ସ୍ବର୍ଗତ ପଣ୍ଡାଙ୍କ ଶେଷକ୍ରିୟା ସରିଛି l
