ନୀଳମାଧଵ ମନ୍ଦିରରେ ” ଶ୍ରୀ ଜଗନ୍ନାଥ କଥା”ପୁସ୍ତକ ସମର୍ପଣ

ନୟାଗଡ଼(ପ୍ରଭାକର ଶିରୋମଣି):-

ଦୁର୍ଗା ପୂଜା ଅବସରରେ କଣ୍ଟିଲୋ ସ୍ଥିତ ଶ୍ରୀ ନୀଳମାଧଵ ମନ୍ଦିର ପରିସରରେ ନୂତନ ପୁସ୍ତକ” ଶ୍ରୀ ଜଗନ୍ନାଥ କଥା “ପୁସ୍ତକ ଲେଖକ ଙ୍କ ଦ୍ୱାରା ସମର୍ପଣ କରାଯାଇଛି l 

            କଣ୍ଟିଲୋ ନିକଟସ୍ଥ କେନ୍ଦୁପଲ୍ଲୀ ଗ୍ରାମର ବାସିନ୍ଦା ଡ଼. ଭାରତ ଭୂଷଣ ରଥଙ୍କ ଦ୍ୱାରା ରଚିତ ଏହି ପୁସ୍ତକରେ ୩୪ ଟି ସୁନ୍ଦର ଗପ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କର ଆଧ୍ୟାତ୍ମିକ ଓ ଐତିହାସିକ ତଥ୍ୟ ଚିତ୍ର ସହ ଉପସ୍ଥାପନ କରାଯାଇଛି l ସାନ ସାନ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପୁସ୍ତକ ଟି ଆଦୃତ ହେଵ ବୋଲି ଡ଼. ରଥ ମତ ବ୍ୟକ୍ତ କରିଥିବା ପ୍ରକାଶ l 

              ଏହି ପୁସ୍ତିକାରେ ଶ୍ରୀ ନୀଳମାଧଵ, ବିଶ୍ୱାବସୁ, ଲଳିତା ଓ ବିଦ୍ୟାପତିଙ୍କ ଭୂମିକା ଆକର୍ଷଣୀୟ ହୋଇଥିବା ଜଣାଯାଇଛି l ପ୍ରଥମ ଭାଗରେ ନୀଳମାଧବଙ୍କ ରହସ୍ୟ, ଦ୍ୱିତୀୟ ଭାଗରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସୃଷ୍ଟି ରହସ୍ୟ ଓ ତୃତୀୟ ଭାଗରେ ଶ୍ରୀ ଜଗନ୍ନାଥ ଭକ୍ତ ମାନଙ୍କର ତଥ୍ୟ ସହ ଶ୍ରୀ ମନ୍ଦିର ଆକ୍ରମଣ ବିଷୟରେ ବିଭିନ୍ନ ରୁଚିକର ଗପ ଉପସ୍ଥାପିତ ହୋଇଛି l 

                 ସୂଚନାରୁ ପ୍ରକାଶ ଯେ ପୁସ୍ତକ ସମର୍ପଣ ସମୟରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପ ଶାସନ ସଚିବ ଜଗଦୀଶ ଷଢଙ୍ଗୀ ଉପସ୍ଥିତ ଥିଲେ l ପୁସ୍ତକର ଲେଖକ ଡ଼. ରଥ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ରେ ପ୍ରାଧ୍ୟାପକ ତଥା ଦୂର ଶିକ୍ଷା ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟlରତ l ସେ ସଂସ୍କୃତ ଭାଷାରେ ୬ ଟି ଓ ଓଡ଼ିଆ ଭାଷାରେ ୪ଟି ପୁସ୍ତକ ରଚନା କରିଥିବା ପ୍ରକାଶ l 

Smart Computer Ad
You might also like
error: Content is protected !!