ଘୋଡା କୋଣ ବ୍ରିର୍ଜ୍ ଉପରୁ କାର ସହ ଭାଷି ଯାଇଥିବା ଯୁବକକୁ ସ୍ଥାନୀୟ କାଳିଆ ତୋଟା ନଦୀରୁ ଉଦ୍ଧାର 

ଗଜପତି,( ମନୋଜ କୁମାର ପାଢୀ):-

ଗଜପତି ଜିଲ୍ଲା ରେ ବାଦଲ ଫଟା ବର୍ଷା ହୋଇଥିଲା ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଷୟ୍ କ୍ଷତି ମଧ୍ୟ ଘଟିଛି ସେହିପରି ଆର ଉଦୟଗିରି ଗ୍ରାମର ପ୍ରତାପ ପଣ୍ଡା ନାମକ ଜଣେ ଯୁବକ ନୂଆଗଡ ବ୍ଲକର ତରବା ଗ୍ରାମରେ ଏକ କିରାଣୀ ଦୋକାନ କରି ପରିବାର ପରି ପୋଷଣ କରି ଆସୁଥିଲେ। ଗତ ୨ ତାରିଖରେ ପ୍ରବଳ ବର୍ଷା ହେତୁ ପ୍ରତାପ ନିଜ ଦୋକାନ ପୂଜା ସାରି ନିଜ ଘରକୁ ଫେରୁଥିବା ସମୟ ରେ ଘୋଡା କୋଣ ବ୍ରିଜ ଉପରେ ନଦୀ ଜଳର ସ୍ରୋତ ପ୍ରଖର ଥିବାରୁ ବ୍ରିଜ୍ ପାର ହେବା ସମୟରେ କାରଟି ସ୍ରୋତରେ ଭାସି ଯାଇଥିଲା। ପ୍ରତାପ ଘରକୁ ଦୁଇ ଦିନ ହେଲା ନ ଫେରିବା ପରେ ପ୍ରତାପଙ୍କ ପରିବାର ଲୋକ ବହୁତ ଖୋଜା ଖୋଜି କଲା ପରେ ଆର ଉଦୟଗିରି ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଆଜି ଗ୍ରାମର ଦିଗବାରଣ ସାହିର ଜଣେ ବୃଦ୍ଧ ମହିଳା ମୃତୁ ପରେ ଶବ ଡାହ କରି ଫେରି କାଳିଆ ତୋଟା ନାଳରେ ଗାଧେଇବା ସମୟରେ ଗ୍ରାମର କିଛି ଯୁବକଙ୍କ ଗୋଡକୁ କାର ଟି ବାଜି ଥିଲା ଯୁବକ ମାନେ ଦାହ କରିବା ପାଇଁ ଯାଇଥିବା ଅନ୍ୟ ଲୋକ ମାନଙ୍କୁ ଜଣାଇବା ପରେ ସେମାନେ ପୋଲିସଙ୍କୁ ଜଣାଇଥିଲେ. ପୋଲିସ ଙ୍କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚିବା ସହ ଅଗ୍ନିଶମ ବିଭାଗ ମିଶି କାର କୁ ଉଦ୍ଧାର କରିଥିବା ସହ ସେହି କାର ଭିତରେ ଡ୍ରାଇଭର ପ୍ରତାପ ପଣ୍ଡା ଶବ ଉଦ୍ଧାର କରିଥିଲେ l ଏ ନେଇ ସ୍ଥାନୀୟ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି l ମୁତ୍ଯୁ ଶବକୁ ପୋସ୍ତମୋର୍ଟମ କରିବା ପାରଳାଖେମୁଣ୍ତି ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି

Smart Computer Ad
You might also like
error: Content is protected !!