ଲଗାଣ ବର୍ଷାରେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଗଜପତି,( ମନୋଜ କୁମାର ପାଢୀ):-

– ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ । ଗଜପତି ଜିଲ୍ଲା ରାୟଗଡ ବ୍ଳକର ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର କରିଛି ପ୍ରଶାସନ । ହେଲେ ରାୟଗଡ ବ୍ଳକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍ଖଳନ ପରେ ବାପ ଆଉ ପୁଅ ନିଖୋଜ ଅଛନ୍ତି । ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି ଅଢେଇ ଆସି ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି । ଭୂସ୍ଖଳନ ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । 

ସେପଟେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ଜଣ ପର୍ଯ୍ୟଟନଙ୍କୁ ବନ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବ୍ଳକ ଉନ୍ନୟନ ଅଧିକାରୀ ଓ ପୋଲିସ ସହାୟତାରେ ୩୦ ପର୍ଯ୍ୟଟନ ସୁରକ୍ଷିତ ଊଦ୍ଧାର କରାଯାଇ ମହେେନ୍ଦ୍ରଗିରିର ପାଦଦେଶ ବୁରୁଖୁତରେ ପହଞ୍ଚାଯାଇଛି । ବର୍ତମାନ ସେମାନେ ସବୁ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରସ୍ତୃତି ଅଛନ୍ତି ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । 

ଦଶହରା ଛୁଟି ଥିବାରୁ ପର୍ଯ୍ୟଟକମାନେ ଗଜପତି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ମହେନ୍ଦ୍ରଗିରିକୁ ବୁଲି ଯାଇଥିଲେ । ତେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପର୍ଯ୍ୟଟନ ମାନେ ଫସିଯାଇଥିଲେ । ଭୂସ୍ଖଳନ ଓ ପାଣି ସୁଅ ଯୋଗୁଁ ଫସିଥିଲେ । ସମସ୍ତ ପର୍ଯ୍ୟଟନ କଟକ- ଭୂବନେଶ୍ବର ଅଞ୍ଚଳର ହୋଇଥିବା ସୁଚନା ରହିଛି । ଉଦ୍ଧାର ପରେ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ସେହିପରି ମୋହନାରେ ଲଗାଣ ବର୍ଷାରେ ପାହାଡରୁ ଧସିଲା ମାଟି ଅତଡା, ପଥର ଖଣ୍ଡା ଲୁହାଗୁଡିରୁ ବାଲିବାଡ ମଧ୍ୟରେ ମାଟି ଅତଡା ସହ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବର୍ଷା କମି ଯାଇଥିଲେ ବି ୫ ଖଣ୍ଡ ଗାଁକୁ ଯୋଗାଯୋଗା ବିଛିନ୍ନ ହୋଇଛି । ଅନ୍ୟପଟେ ଲଘୁଚାପ ପ୍ରଭାବରେ ବଂଶଧାର ନଦୀ ଫୁଲିବାରେ ଲାଗିଛି । ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶାଙ୍କା ରହିଛି । ଏନେଇ ମୁଖ୍ୟମନ୍ତୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ତୁରନ୍ତ ସହାୟତା ପ୍ରଦାନ ପାଇଁ ସ୍ବତନ୍ତ ରିଲିଫ୍ କମିଶନରଙ୍କୁ ମୁଖ୍ୟମନ୍ତୀ ନିର୍ଦେଶ ଦେଇଛନ୍ତି । ଆଜି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ତୁରାନ୍ବିତ କରିବାକୁ ପ୍ରଶାସନକୁ ମାର୍ଗଦର୍ଶନ ଦେବେ । ସେ ମହେନ୍ଦ୍ରଗିରି ସମେତ ଭୂସ୍ଖଳନ ଓ ବନ୍ୟି ପ୍ରଭାବିତ ଅଞ୍ଚଳ ଗ୍ରସ୍ତ କରବା ସମ୍ଭାବନା ରହିଛି

Smart Computer Ad
You might also like
error: Content is protected !!