ନୂଆ ଦିବ୍ୟାଙ୍ଗ ହେବେ ଚିହ୍ନଟ, ପୁରୁଣାଙ୍କର ହେବ ଅନ୍‌ଲାଇନ୍‌ ପଞ୍ଜୀକରଣ


ବାଲିଗୁଡା:୦୪/୧୦ (ସୁକାନ୍ତ କୁମାର ତ୍ରିପାଠୀ) କେହି ନିଜକୁ ହୀନ ମନେ କରିବେ ନାହିଁ। ଜଣେ ସୁସ୍ଥ ମଣିଷ ଯେମିତି ସମସ୍ତ ସୁବିଧା ପାଉଛନ୍ତି, ସେହିପରି ଜଣେ ଦିବ୍ୟାଙ୍ଗ ମଧ୍ୟ ସରକାରଙ୍କ ସମସ୍ତ ଯୋଜନାର ଫାଇଦା ନେଇପାରିବେ। ଦିବ୍ୟାଙ୍ଗମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଆଦିକୁ ଗୁରୁତ୍ୱ ଦେଉଛନ୍ତି। ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ର ଆୟୋଜନ କରି ଦିବ୍ୟାଙ୍ଗମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଚି଼ହ୍ନଟ କରାଯାଉଛି ଯେଉଁମାନଙ୍କ ଶିବିରରେ ଚି଼ହ୍ନଟ ହୋଇ ଅଧିକ ଚିକିତ୍ସା ଆବଶ୍ୟକ ପଡ଼େ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେବା ବ୍ୟବସ୍ଥା ସହ ଚି଼ହ୍ନଟ ହୋଇଥିବା ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ଶକ୍ତି ବାଧିତ, ଅସ୍ଥିଶଲ୍ୟ ସମସ୍ୟା ଆଦିକୁ ଚିହ୍ନଟ କରାଯାଇ ତାଙ୍କୁ ଆବଶ୍ୟକ ସାମଗ୍ରୀ ତଥା କର୍ଣ୍ଣ ଯନ୍ତ୍ର, ଚଷମା, ଟ୍ରାଇ ସାଇକେଲ ଆଦି ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ଆସନ୍ତା ବୁଧବାର ଦାରିଙ୍ଗବାଡି ବ୍ଲକ ପ୍ରଶାସନ ପକ୍ଷରୁ ଏହି ଶିବିର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ସେ କହିଛନ୍ତି ଯେ, ଯେଉଁ ଦିବ୍ୟାଙ୍ଗମାନେ ଗତ ୨୦୧୮ ମସିହା ପୂର୍ବରୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି ସେହି ଉପଭୋକ୍ତାମାନେ ପୁଣି ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରାଇବେ ଓ ନୂତନ ଭାବେ ମଧ୍ୟ ଦିବ୍ୟାଙ୍ଗମାନେ ଅନ୍‌ଲାଇନ୍‌ରେ ଆବେଦନ କରି ଉକ୍ତ ଫର୍ମକୁ ଶିବିରକୁ ନେଇ ଆସିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବିଡିଓ ରଥ କହିଛନ୍ତି। ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ ଓ ବିଭିନ୍ନ ବିଭାଗର ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ଦିବ୍ୟାଙ୍ଗମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଯେଉଁମାନେ ସରକାରଙ୍କ ଏହି ପ୍ରମାଣପତ୍ର ପାଇଥିବେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି କୁହାଯାଇଛି।

Smart Computer Ad
You might also like
error: Content is protected !!