ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ମୋନନୀତ ଗଞ୍ଜାମ ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ,ପରିଚାଳନା କମିଟି, କାର୍ଯ୍ୟକାରିତା କମିଟି,ଆଇଟି ସଂଯୋଜକର ସମସ୍ତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି lଏହା ସହ ଗଞ୍ଜାମ ଜିଲ୍ଲା ରେ ହେଉଥିବା ସାର କଳାବଜାରୀର ପର୍ଦାଫାର୍ସ କରିବା ଦାବି ଉଠିଛି l ପାତ୍ରପୁର ବ୍ଲକ ବାହୁଦା ନଦୀ ରେ ଘଟିଥିବା ଅଭାବନୀୟ ଘଟଣାରେ ୩ ଜଣଙ୍କ ଅକାଳ ଵିୟୋଗ ର ଉଚିତ ତଦନ୍ତ ସହ ଉଚିତ ଅନୁକମ୍ପା ରାଶି ପ୍ରଦାନ ପାଇଁ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ପଣ୍ଡା ପ୍ରେସକୁ ଜଣାଇଛନ୍ତି l ଏଥିରେ ଗଞ୍ଜାମ ବିଜୁ ଜନତା ଦଳର ବରିଷ୍ଟ ନେତୃବୃନ୍ଦ ସହ ଯୁବ ଛାତ୍ର ଏବଂ ମହିଳା ଯୋଗଦେଇଥିଲେ l
