ବାଇକ ଦୁର୍ଘଟଣା:ଚାଲିଗଲା ତିନି ଯୁବକଙ୍କ ଜୀବନ

ବାଲିଗୁଡା, ୦୪/୧୦(ସୁକାନ୍ତ କୁମାର ତ୍ରିପାଠୀ)ଗତକାଲି ରାତି ପ୍ରାୟ ସାଢେ ୭ ବେଳେ ୨ ଭାଇ ଓ ସାଙ୍ଗ ସହ ୩ ଜଣ ଗୋଟିଏ ବାଇକରେ ଖୁସି ମଜାରେ ଯାଉଥିବା ବେଳେ ଘଟିଥିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଘଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ୩ ଜଣଙ୍କ ଜୀବନ। ଘଟଣା ଘଟିଛି ଦାରିଙ୍ଗବାଡି ଥାନା ଡୁଲୁରି ଶଙ୍ଖ ବୁଲାଣି ରାସ୍ତାରେ। ଦାରିଙ୍ଗବାଡି ଠାରୁ ହାତୀମୁଣ୍ଡା ଯିବା ସମୟ ରେ ଘଟିଛି ଏଭଳି ଘଟଣା। ମୃତକ ଯୁବକ ମାନେ ହେଲେ ବାଲିଗୁଡା ଥାନା ଋତୁଙ୍ଗିଆ ପଞ୍ଚାୟତ କୁଟିଗୁଡା ଗ୍ରାମର ରଙ୍ଗନାଥ ପ୍ରଧାନ, ଟୁନା ପ୍ରଧାନ ଓ ହାତୀମୁଣ୍ଡା ଅଂଚଳର ଜଣେ ଯୁବକ । ରଙ୍ଗନାଥ ଓ ଟୁନା ପ୍ରଧାନ ସମ୍ପର୍କରେ ଦୁଇ ଭାଇ ହୋଇଥିବା ବେଳେ ହାତୀମୁଣ୍ଡା ଅଂଚଳର ଯୁବକ ଜଣଙ୍କ ହେଉଛନ୍ତି ସାଙ୍ଗ। ସାଙ୍ଗ କୁ ଛାଡିବା ନିମନ୍ତେ ଦାରିଙ୍ଗବାଡି ଠାରୁ ହାତୀମୁଣ୍ଡା ଯିବା ସମୟରେ ଦାରିଙ୍ଗବାଡ଼ି ଠାରୁ ୩ କିଲୋ ମିଟର ବାଟ ଯିବା ପରେ ଡୁଲୁରି ଶଙ୍ଖ ବୁଲାଣି ଠାରେ ଘଟିଥିଲା ଦୁର୍ଘଟଣା। ବାଇକଟି ଭାରସାମ୍ୟ ହରାଇ ବୁଲାଣିରେ ବୁଲି ନପାରି ଶଙ୍ଖ କଡ଼ ଖାଲ କୁ ଖସି ଯାଇଥିଲା। ଫଳରେ ଗାଡି ସମ୍ପୂର୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଘଟଣା ଘଟିବା ପରେ ଅଗ୍ନିଶମ ବିଭାଗ ଖବର ପାଇ ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର ଧବଳେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ସତ୍ୟନାରାୟ ବେହେରା, ଡ୍ରାଇଭର ଚିନ୍ମୟ ପରିଡ଼ା, ଆଗ୍ନିକ ସାଜନ ବେହେରା, ଜୁଗୁନୁ ବେହେରା, ପ୍ରିୟବ୍ରତ ସେନାପତି, ସୌରାଜ ଡାକୁଆ ଘଟଣା ସ୍ଥଳରୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କ ମୃତ୍ୟୁ ଘୋଷଣା କରି ଥିଲେ। । ଦାରିଙ୍ଗବାଡି ଥାନା ଅଧିକାରୀ କନକ ମାଝୀ ଙ୍କ ନିର୍ଦେଶ କ୍ରମେ ଏସଆଇ ଜୟନ୍ତ ସେଠି, ଏଏସଆଇ ଅର୍ଜୁନ ଶବର ଘଟଣା ସ୍ଥଳରେ ପହଂଚି ବାଇକ ଜବତ କରିବା ସହ ମାମଲା ରୁଜ୍ଜୁ କରି ଏହାର ଅଧିକ ତଦନ୍ତ କରୁଛନ୍ତି । ହାତୀମୁଣ୍ଡା ଅଂଚଳର ସାଙ୍ଗ ଘରକୁ ବୁଲିବାକୁ ଆସିଥିବା ବେଳେ ରଙ୍ଗନାଥ ପ୍ରଧାନ ଓ ଟୁନା ପ୍ରଧାନ ଦୁହେଁ ମିଶି ଅପରାହ୍ନ ୪ ଟା ବେଳେ ସାଙ୍ଗକୁ ତାଙ୍କ ଘର ହାତୀମୁଣ୍ଡା ଛାଡିବାକୁ ଘରୁ ବାହାରି ଥିବା ପରିବାର ଲୋକେ କହିଛନ୍ତି। ମେଡିକାଲରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। କାନ୍ଦ ବୋବାଳି ରେ ଫାଟି ପଡୁଛି ମେଡିକାଲ ପରିସର। ଅଂଚଳରେ ମଧ୍ୟ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Smart Computer Ad
You might also like
error: Content is protected !!