ବରିଷ୍ଠ ନାଗରିକ ମଞ୍ଚ ,ଖୋର୍ଦ୍ଧାର କାର୍ଯ୍ଯାଳୟରୁ ଶତାଧିକ ସଦସ୍ୟଙ୍କ ଜନସଚେତନତା ଶୋଭାଯାତ୍ରା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ବରିଷ୍ଠ ନାଗରିକ ମଞ୍ଚ ,ଖୋର୍ଦ୍ଧାର କାର୍ଯ୍ଯାଳୟରୁ ଶତାଧିକ ସଦସ୍ୟଙ୍କ ଜନସଚେତନତା ଶୋଭାଯାତ୍ରା ବାହାରି ଇଗଲ କ୍ଲବ୍,ଖୋର୍ଦ୍ଧା କ୍ଲବ୍, ପୁରୁଣା ବସଷ୍ଟାଣ୍ଡ, ଟ୍ରାଫିକ ଛକ, ଜୟୀ ରାଜଗୁରୁ ଟାଉନ ହଲ୍, ଷ୍ଟେଟ ବ୍ୟାଙ୍କ ଛକ, ହାବେଳି ଛକ, ନୂଆ ବସଷ୍ଟାଣ୍ଡ ରାସ୍ତା ଦେଇ ସହର ପରିକ୍ରମା କରିଥିଲା।ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇ ଥିଲା। ବରିଷ୍ଠ ନାଗରିକମାନେ “ନିଶା ମୁକ୍ତ ଭସାଣି- ଡିଜେ ମୁକ୍ତ ରୋଷଣୀ”ପ୍ରଚାର ପତ୍ର ଜନସାଧାରଣଙ୍କ ମଧ୍ଯରେ ବଣ୍ଟନ କରିଥିଲେ।ପ୍ରଶାସନିକ ଅଧିକାରୀ ଶବ୍ଦ ପ୍ରଦୂଷଣ ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦରିଷ୍ଠ ନାଗରିକ ମଞ୍ଚ ଅନୁରୋଧ କରିଛି। ଖୋର୍ଦ୍ଧା ସହରର ବିଭିନ୍ନ ବିବାହ ମଣ୍ଡପ ନିକଟସ୍ଥ ବାସଗୃହମାନଙ୍କରେ ରହୁଥିବା ସଦସ୍ୟବୃନ୍ଦ ବିବାହ ଋତୁରେ ଅନେକ ରାତି ଅନିଦ୍ରା ରହିବା ସହିତ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି। ଛାତିଥରା ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ ଡିଜେ ଏବଂ ରାତି ୧୦ ଟା ପରେ ଆଇନ୍ ଉଲ୍ଲଂଘନ କରୁଥୁବା ଶୋଭାଯାତ୍ରା ବିରୁଦ୍ଧରେ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଅଧିକ ବାଧୁଛି ବୋଲି ବରିଷ୍ଠ ନାଗରିକ ବୃନ୍ଦ ଅଭିଯୋଗ କରିଛନ୍ତି।

Smart Computer Ad
You might also like
error: Content is protected !!