ବାଲିଗୁଡା, ୨୧/୦୯ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ପାଳିତ ହୋଇଯାଇଛି l ଭାରତର ଯଶସ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବାଲିଗୁଡ଼ା ର ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣ ରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି l 




ବାଲିଗୁଡା ନଗର ବିଜେପି ସେବା ପକ୍ଷରୁ ସୁରେନ୍ଦ୍ର ପାତ୍ର, ପାଣିଗ୍ରାହୀ, ସ୍ନେହଲତା ବେହେରା ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ସାହୁ, ପଦ୍ମ ଚରଣ ଦାସ, ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ , ନଗର ସଭାପତି ମନୋଜ କୁମାର ରଥ, ଶୁଭାଶିଷ ମିଶ୍ର, ରଞ୍ଜିତ କୁମାର ଚୌଧୁରୀ, ବିରଞ୍ଚି କଦମ ପାତ୍ର, ଦିଲ୍ଲୀପ ପାତ୍ର, ଟିକି ଦଣ୍ଡିଆ, ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l
