ବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତ

ବାଲିଗୁଡା,୧୭/୦୯:(ସୁକାନ୍ତ କୁମାର ତ୍ରିପାଠୀ)ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ ଦର୍ଶକ। ଟାଉନର ବିଭିନ୍ନ ଗ୍ୟାରେଜ,

ବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତ

ବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତବାଲିଗୁଡା ସହର ରେ ବିଶ୍ଵକର୍ମାଙ୍କ ପୂଜା ପାଳିତ

ସର୍ଭିସ ସେଣ୍ଟର, ଶୋ’ରୁମ୍‌ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଛି। ଏହା ସହିତ ସହରରେ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ଘରୋଇ ମୋଟର କର୍ମଚାରୀ ସଂଘ ଓ ମହାରଣା ଇଣ୍ଟରରିୟର ଓ ଡିଜାଇନ ପରିସରରେ ମଧ୍ୟ ବିଶ୍ୱକର୍ମା ପୂଜା ପାଳନ କରାଯାଇଛି । ଅନେକ ପୂଜା ମଣ୍ଡପରେ ବିଶ୍ୱକର୍ମା ମୂର୍ତ୍ତି ଓ ମେଢ ବେଶ ଆକର୍ଷଣୀୟ ହୋଇଥିବା ବେଳେ କେଉଁଠି ସାମ୍ପ୍ରତିକ ଘଟଣାବଳୀକୁ ନେଇ ତ ଆଉ କେଉଁଠି ପୌରାଣିକ କଥାବସ୍ତୁକୁ ନେଇ ମୁର୍ତ୍ତି ନିର୍ମାଣ ହୋଇଛି। ବାଲିଗୁଡା ବସ ଷ୍ଟାଣ୍ଡ ଠାରେ ବିଶ୍ଵକର୍ମାଙ୍କ ପୂଜା ହୋଇଥିଲା ବେଳେ ସନ୍ଧ୍ୟା ସମୟରେ ଜନସାଧାରଣ ଙ୍କୁ କାନିକା ଭୋଗ ବଣ୍ଟନ କରାଯାଇଥିଲା ।

Smart Computer Ad
You might also like
error: Content is protected !!