ବାଲିଗୁଡା, ୧୭/୦୯ (ସୁକାନ୍ତ କୁମାର ତ୍ରିପାଠୀ) ଦୁଇ ଦିନିଆ ଗସ୍ତରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଥିବା ବେଳେ ଆଜି ଦେଶର ପ୍ରଧାନ ମନ୍ତ୍ରୀ ଜନ୍ମ ଦିନ ତଥା ବିଶ୍ଵ କର୍ମା ପୂଜନ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ନୂତନ ବନୀକରଣ ଦୃଷ୍ଟିରେ ରଖି ଏକ ପେଡ୍ ମା କେ ନାମ ସ୍ଲୋଗାନ ରେ ଏକ ଦିବସିୟ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ବାଲିଗୁଡ଼ା ସ୍ଥିତ ବି ଏସ ଏଫ କ୍ୟାମ୍ପ ନିକଟସ୍ଥ ମେଘା ନର୍ସରୀ ରେ ଏହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବନଖଣ୍ଡ ଅଧିକାରୀ ସମେତ ଦୁଇ ଦିନିଆ ଗସ୍ତରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଥିବା ବେଳେ ଆଜି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ତତ୍ ସହିତ କାର୍ଯ୍ୟକ୍ରମରେ ସମ୍ମାନିତ




ଅତିଥି ଭାବେ ବାଲିଗୁଡ଼ା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବାଲିଗୁଡ଼ା ଏସିଏଫ ମନୋରଂଜନ ବାଘ,ସୂର୍ଯ୍ୟକାନ୍ତ ବେହେରା , ସ୍ଥାନୀୟ ଥାନା ଅଧକାରୀ ସମ୍ବିତ କୁମାର ସ୍ବାଇଁ,ସାଂସଦ ପ୍ରତିନିଧି ଦୁର୍ଗା ଆଚରି, ବାଲିଗୁଡ଼ା ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପଦ୍ମ ଦାସ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନାରୀ ନେତ୍ରୀ କଳ୍ପନା କହଁର ବିଜେପି ବହୁ ନେତା କର୍ମୀ ,ବାଲିଗୁଡ଼ା ବିଭିନ୍ନ ପଦାଧିକାରୀ ଅଧିକାରୀ ଓ ବାଲିଗୁଡ଼ା ସରକାରୀ ଉଚ୍ଚ ବାଳକା ବିଦ୍ୟାଳୟ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏସ ଏଚ ଜି ମହିଳା ମାନେ ଉପସ୍ଥିତ ରହି ସାମୁହିକ ଭାବେ ବୃକ୍ଷ ରୋପଣ କରିଥିଲେ । ବନାଞ୍ଚଳ ଅଧକାରୀ ଡି ସୁବାଷ ନେତୃତ୍ବରେ ବାଲିଗୁଡ଼ା ବନପାଳ, ବନରକ୍ଷୀ ଓ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
