ମା ଦୁର୍ଗା ଦେବୀ ପୀଠ ରେ ଶାରଦୀୟ ଦଶହରା ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ

ବାଲିଗୁଡା,୧୮/୦୯:(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସ୍ଥିତ ନୁଆସାହି ମା ଦୁର୍ଗା ଦେବୀ ପୀଠ ରେ ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ଗତକାଲି ସ୍ଥାପନ କରାଯାଇଛି| ପ୍ରତିବର୍ଷ ଭଳି ଚଳିତ ବର୍ଷ ନୁଆସାହି ସ୍ଥିତ ମା ଦୁର୍ଗା ଦେବୀ ଙ୍କ ପୀଠ ରେ ରୀତିନୀତି ଅନୁସାରେ ଦଶହରା ପୂଜା ପାଳନ ନିମନ୍ତେ ଗ୍ରାମ୍ୟ କମିଟି ତରଫରୁ ପ୍ରସ୍ତୁତି ପର୍ବ ଆରମ୍ବ ହୋଇଛି| ଆସନ୍ତା 28ତାରିଖ ଦିନ ଅଧିବାସ ସହିତ କଳସ ଯାତ୍ରା ଅନୁଷ୍ଠିତ ହେବ |ଏବଂ ମା ଙ୍କ ଠାରେ ଦଶହରା ଉପଲକ୍ଷେ ସପ୍ତମୀ ପୂଜା ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେବ| ନୁଆସାହି ଗ୍ରାମ୍ୟ କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି| ନୁଆସାହି ଗ୍ରାମ୍ୟ କମିଟି ଉପଦେଷ୍ଟା ବିଜୟ ଚନ୍ଦ୍ର ଖଣ୍ଡଗିରି, ବିରୁପାକ୍ଷ ଦାଶ ସତଧନୁ ପ୍ରଧାନୀ, ସଭାପତି ଜଳେନ୍ଦ୍ର ପାତ୍ର ସମ୍ପାଦକ ସୁବ୍ରତ ପ୍ରାଧନୀ . ମନ୍ଦିର ପୂଜାରୀ ବିଭୀଷଣ ପାତ୍ର, ସମେତ ଗ୍ରାମ୍ୟ କମିଟି ସଦସ୍ୟ ପୂର୍ବତନ ଗ୍ରାମ୍ୟ କମିଟି ସମ୍ପାଦକ ଶିବରାମ ପ୍ରଧାନୀ, ପୁର୍ବତନ ଗ୍ରାମ୍ୟ କମିଟି କୋଷାଧ୍ୟକ୍ଷ ଅଶୋକ ସାହୁ ପ୍ରମୁଖ ଶୁଭ ଖୁଣ୍ଟି ସ୍ଥାପନ ସମୟ ରେ ଉପସ୍ଥିତ ଥିଲେ |

Smart Computer Ad
You might also like
error: Content is protected !!