ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଜିଲ୍ଲା କୋର୍ଟ ପରିସର ଏଵଂ ଜିଲ୍ଲାର ସମସ୍ତ କୋର୍ଟରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି l ୧୧୩୪୬ଟି ମାମଲାର ଆଶୁ ସମାଧାନ ହୋଇ ମୋଟ ୧୨୮୫୭୧୯୭୯ଟଙ୍କା ଆଦେଶ ହୋଇଛି l ଅଦାଲତରେ ୧୧ଟି ବେଞ୍ଚ୍ ଅୟୋଜନ କରାଯାଇଥିଲା l ଜିଲ୍ଲା ଦୌରା ଜଜ୍ ଡ ଭାଗ୍ୟଲକ୍ଷ୍ମୀ ରଥ ଏଥିରେ ଅଧ୍ୟକ୍ଷତା କରିଥିଲେ l ୭୫ଟି ମୋଟର ଦୁର୍ଘଟଣା ମାମଲାର ସମାଧାନ ହୋଇ ବୀମା କମ୍ପାନୀ ଗୁଡିକୁ ମୋଟ ୫୯୮୭୫୦୦୦ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ ହୋଇଛି l ୬୭ଟି ଏନ ଆଇ ମାମଲାର ସମାଧାନ ହୋଇ ୧୫୧୭୧୮୫୬ଟଙ୍କା ପୁନରୁଦ୍ଧାର ହୋଇଛି l ୮୫ଟି ବିବାହ ସମ୍ବନ୍ଧୀୟ ମାମଲାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ହୋଇଛି l ୨୨୦ଟି ବ୍ୟାଙ୍କ୍ ମାମଲାର ସମାଧାନ ହୋଇ ମୋଟ ୨୩୩୧୧୦୧୭ ଟଙ୍କା ଆଦାୟ କରାଯାଇଛି l ଦେୱାନି ମାମଲାର ୧୦୧ଟି ସମାଧାନ ହୋଇ ମୋଟ ୨୧୪୪୦୧୫୧ଟଙ୍କା ଆଦାୟ ହୋଇଛି l ୯୫୬୮ଟି ରାଜସ୍ୱ ମାମଲାର ସମାଧାନ ହୋଇ ୭୨୭୨୬ଟଙ୍କା ଆଦାୟ କରାଯାଇଛି l ୫୦ଟି ଫୌଜଦାରୀ ମାମଲାର ସମାଧାନ ହୋଇ ପାରିଛି l ୨୩୨ଟି ଟିପିଏସଓଡିଏଲ୍ ମାମଲାର ସମାଧାନ ହୋଇ ୩୦୪୨୪୦୨ଟଙ୍କା ସଂଗ୍ରହ କରାଯାଇଛି l ସେହିପରି ୧୭ଟି ଲୋକ ଉପଯୋଗୀ ସେବା ମାମଲାର ସମାଧାନ ହୋଇ ୫୬୫୮୮୩୦ଟଙ୍କା ଆଦାୟ କରାଯାଇଛି l ଅନ୍ୟାନ୍ୟ ଫୌଜଦାରୀ ମାମଲା ୯୨୮ଟି ସମାଧାନ ହୋଇ ପାରିଛି l ୨ୟ ଏମଏସିଟି ସଦସ୍ୟ ବିଶ୍ୱଜିତ୍ ଦାଶ, ୧ମ ଏଡିଜେ ନରେଶ ମହାନ୍ତି,୨ୟ ଏଡିଜେ ଆୟୁଷ୍ମାନ ମହାନ୍ତି, ,୩ୟ ଏଡିଜେ ଶ୍ରୀ ଗୌତମ,ରେଜିଷ୍ଟ୍ରାର୍ ସୌଦାମିନୀ ସିଂ, ଡିଏଲଏସଏ ସଂପାଦକ ବି ନାୟକଙ୍କ ସମେତ ବିଚାରପତି ,ବରିଷ୍ଠ ଆଇନଜୀବୀ ଟି କେ ରେଡ୍ଡୀ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l