ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯୋଗିଆପଲ୍ଲୀ ରେ ଚକ୍ଷୁ ପରୀକ୍ଷା ଶିବିର ଓ ମା ପାଇଁ ଗଛଟିଏ କାର୍ଯକ୍ରମ।

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ଉପକଣ୍ଠସ୍ଥିତ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁକୁଡ଼ାଖଣ୍ଡି ବ୍ଲକ୍ ତରଫରୁ ଗୁରୁଣ୍ଠ, ବୋରିଗାଁ ଓ ହୁଗୁଳପଟା ପଞ୍ଚାୟତରେ ଥିବା ସମସ୍ତ ବିଦ୍ୟାଳୟର ସ୍ୱଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ର ଛାତ୍ରୀଙ୍କୁ ନେଇ ଛକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଆନୁଷ୍ଠାନିକ ଭାବେ ଗୁରୁଣ୍ଟି ସରପଞ୍ଚ B ମାଗତା ପାତ୍ର ଉଦଘାଟନ କରିଥିଲେ l ବିଦ୍ୟାଳୟ ପରିଚଳନା କମିଟି ଅଧ୍ୟକ୍ଷ ଶୁଶାନ୍ତ କୁମାର ପଣ୍ଡା ଓ BRT ଡମ୍ବରୁ ଦୋରଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ କରାଯାଇଥିଲା l ପ୍ରାୟ ୧୫୦ ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରଯାଇଥିଲା l। ଏହି ଅବସରରେ ଅତିଥି ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା l। କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା l। କାର୍ଯକ୍ରମକୁ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ରାଉତ ପରିଚାଳନା କରିଥିବାବେଳ ପରିଚାଳନା କମିଟି ସଭ୍ୟା ସଭ୍ୟ, ଶିକ୍ଷକ ଶିଷୟିତ୍ରୀମାନେ ଓ ପାଚିକା ସହଯୋଗ କରିଥିଲେ l

You might also like
error: Content is protected !!