ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି)ରେ ସ୍ବର୍ଣ୍ଣ,ରୌପ୍ୟ ପଦକ ଜିତିଲେ ଖାରିଆଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟ ; ଲିପ୍ସାରାଣୀ ଏବଂ ଶୁଭମ
ପାତ୍ରପୁର,(ବିଚିତ୍ର ସାହୁ):-
ରାଜ୍ୟ ସ୍ତରୀୟ ବିଦ୍ୟାଳୟ କ୍ରୀଡାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ପାତ୍ରପୁର ବ୍ଲକ ଖାରିଆଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଏବଂ ଗଞ୍ଜାମ ଜିଲ୍ଲାକୁ ଲିପ୍ସାରାଣୀ ବାଡତ୍ୟା ଓ ଶୁଭମ ପ୍ରଧାନ ଗୌରବାନ୍ବିତ କରିଛନ୍ତି l ଗତ 15 ରୁ 16 ତାରିଖ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡାର 14 ଓ 17 ବର୍ଷରୁ କମ ରେସଲିଙ୍ଗ(କୁସ୍ତି)ବିଭାଗରେ ଭାଗ ନେଇ 43 କି.ଗ୍ରା ବର୍ଗରେ ଲିପ୍ସାରାଣୀ ଚମ୍ପିୟନ ହେବାସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ଆଉଜଣେ ଯିଏକି 62 କି. ଗ୍ରା ବର୍ଗରେ ଶୁଭମ ପ୍ରଧାନ ଚାମ୍ପିୟନ ହେବାସହ ରୌପ୍ୟ ପଦକ ହାସଲ କରିଛନ୍ତି l ସେହିପରି ଆଉ ଦୁଇଜଣ ବବୁଲ ଗମାଙ୍ଗ, ମିଥୁନ ସାହୁ କାସ୍ୟ ପଦକ ହାସଲ କରି ପାତ୍ରପୁର ବ୍ଲକର ଖରିଆଗୁଡା ଗ୍ରାମ ପଂଚାୟତ ତାଳପଡା ଗ୍ରାମରେ ଜନ୍ମିତ ଲିପ୍ସାରାଣୀ, ଖାରିଆଗୁଡା ଗ୍ରାମରେ ଜନ୍ମିତ ଶୁଭମ ପିଲାବେଳରୁ ହିଁ ପାଠପଢା ସହିତ କ୍ରୀଡା ପ୍ରତି ଆକୃଷ୍ଟ ଥିବା ସୂଚନା ମିଳିଥିଲା ଏହି ବ୍ଲକର ଖରିଆଗୁଡା ନୋଡାଲ ଉଚ୍ଚବିଦ୍ୟାଳୟରେ ନାମ ଲେଖି ଲିପ୍ସାଙ୍କର ବାପା ବାବୁଲା ବାଡତ୍ୟା ଓ ଶୁଭମଙ୍କର ବାପା ଗୋପୀନାଥ ପ୍ରଧାନ ପ୍ରୋତ୍ସାହନ ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲିପ୍ସାଙ୍କର ଓ ଶୁଭମଙ୍କର କ୍ରୀଡା ଜୀବନ ଆରମ୍ଭ ହୋଇଥିବା ବେଳେ ସେ ଏଥିଲାଗି ଲିପ୍ସାଙ୍କୁ ଓ ଶୁଭମଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ l ପ୍ରଥମ ଗୁରୁ ଭାବେ କ୍ରୀଡା ଶିକ୍ଷକ ଏମ. ଗୋପାଳ କୃଷ୍ଣ ରେଡିଙ୍କ ତାଲିମରେ ଲିପ୍ସା,ଶୁଭମ, ବବୁଲ, ମିଥୁନ ରେସଲିଙ୍ଗ ଶିକ୍ଷା ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ କୋଚ ଭାବେ ମଧ୍ୟ କ୍ରୀଡା ଶିକ୍ଷକଙ୍କ ତତ୍ୱାବଧାନରେ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l 2023-24 ମଧ୍ୟ୍ୟ ଖାରିଆଗୁଡା ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଯୋଗାସନ, ଖୋ-ଖୋ, କୁସ୍ତି ରାଜ୍ୟ ପ୍ରତିଯୋଗିତାରେ 7ଜଣ ଅଂଶ ଗ୍ରହଣ କରିଥିଲେ l 2024-25 ରେ ମଧ୍ୟ ଯୋଗାସନରେ ମାମା ସାହୁ,ପବିତ୍ର ସାହୁ,କୁସ୍ତିରେ ଶୁଭମ ଗୌଡ଼, ରଜତ ସାହୁ, ନେଟ ବାଲରେ ଲଭଲି ଗୌଡ଼, ଶ୍ରାବଣୀ ସାହୁ,ଜିଲ୍ଲା ସ୍ତରରୁ ଉତୀର୍ଣ୍ଣ ହୋଇ ରାଜ୍ୟସ୍ତରୀୟକୁ 6 ଜଣ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ ଯିଏକି ଶୁଭମ ଗୌଡ଼ ଦଶମ ଶ୍ରେଣୀର ଛାତ୍ର କୁସ୍ତିରେ ରୋପ୍ୟ ପଦକ ହାସଲ କରି ଆମ ବ୍ଲକକୁ ଗୌରବ ଆଣିଥିଲେ l ଚଳିତ ବର୍ଷ 2025-26 ମଧ୍ୟ ଯୋଗାସନରେ ଶିବଶଙ୍କର କୁଣ୍ଡ, ଜ୍ୟୋତିରାଣୀ ସାହୁ, ଭଲିବଲରେ ଲିପ୍ସାରାଣୀ ବାଡତ୍ୟା, ରେସଲିଙ୍ଗ (କୁସ୍ତି)ରେ ଲିପ୍ସାରାଣୀ ବାଡତ୍ୟା, ଶୁଭମ ପ୍ରଧାନ, ବବଲୁ ଗମାଙ୍ଗ, ମିଥୁନ ସାହୁ,ସେଥି ମଧ୍ୟରୁ ଯିଏକି ଲିପ୍ସାରାଣୀ ବାଡତ୍ୟା ସ୍ବର୍ଣ୍ଣ (GOLD) ପଦକ, ଶୁଭମ ପ୍ରଧାନ ରୌପ୍ୟ (SILVER)ହାସଲ କରି ଆମ ବ୍ଲକ, ଜ଼ିଲ୍ଲା କୁ ଗୌରବ ଆଣିଛନ୍ତି I ଏହି ସଫଳତା ଲାଗି ଖାରିଆଗୁଡା ଗ୍ରାମବାସୀଙ୍କ ସହ ବହୁ ଶୁଭେଛୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ମହାଲିକ, ଚିତ୍ରସେନ ସାହୁ, ଶିକ୍ଷକ ଓ ଶିକ୍ଷୟତ୍ରୀ ପୁଷ୍ପ ଗୋଚ୍ଛ ସହ ସମ୍ଭର୍ଦ୍ଧନା କରି ଛାତ୍ର ଛାତ୍ରୀଙ୍କ ସହ ଗ୍ରାମ ପରିକ୍ରମା କରି ଆନନ୍ଦ ଲହରୀ ଖେଳିଛି l ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ,ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ପୃଷ୍ଟି, ସି.ଆର.ସିସି, ଏସ. ଏମ.ସି ଓ ବ୍ଲକ କ୍ରୀଡା ଶିକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଭବିଷ୍ୟତର କ୍ରୀଡା ଜୀବନ ପାଇଁ ଶୁଭକାମନା ଜଣେଇଛନ୍ତି l ରାଜ୍ୟ ସ୍ତରୀୟ ରେସଲିଙ୍ଗ (କୁସ୍ତି) ରେ ସ୍ବର୍ଣ୍ଣ ପଦକ ଲିପ୍ସାରାଣୀ ଓ ରୌପ୍ୟ ପଦକ ଶୁଭମ ପ୍ରଧାନ.