ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି l ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ଏବଂ ଗଞ୍ଜାମ ତଥା ବ୍ରହ୍ମପୁର ଗସ୍ତରେ ଆସିବେ l ଆସନ୍ତା ୨୭ରେ ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି l “ସେବା ପକ୍ଷ” ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଏକ “ବିଶାଳ ଜନସମାବେଶ” କୁ ଉଦବୋଧନ ଦେବେ l