ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଭସାଣୀ ଉତ୍ସବ,ଲକ୍ଷାଧୀକ ଜନସମାଗମରେ ମେଲାଣୀ ରେ ପ୍ରଭୁ ଗଜାନନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାର ଆୟୋଜିତ ଆଜି ଭଷାଣୀ ଉତ୍ସବରେ “ଗଣପତି ବାପ୍ପା ମୋରେୟା ଅଗଲେ ବରଷ ତୁମ ଜଲଦିସେ ଆନା’ । ସହରର ମୂଖ୍ୟ ପୂଜା ପେଣ୍ଡାଲର ପ୍ରଭୁ ଗଣପତିଙ୍କ ସ୍ଥାନୀୟ ସୀତାରାମ ଛକରେ ହୋଇଥିଲା ହରିହରଭେଟ । ଏହି ଅବସରରେ ଆଜି ଜଟଣୀ ସହର ମଧ୍ୟରେ ଭକ୍ତ ଓ ଭଗବାନ ଏକାଠି ହୋଇଥିବା ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଣ,ବାଜା ଓ ରୋଷଣୀ ସହିତ ଲକ୍ଷାଧୀକ ଜନସମାଗମ ମଧ୍ୟରେ ବିଦାୟ ନେଲେ ପ୍ରଭୁ ଗଜାନନ । ଚଳିତ ସେପ୍ଟେମ୍ବର 27 ତାରିଖ ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଆଜି 7 ତାରିଖରେ ଭଷାଣୀ ଉତ୍ସବ ଆୟୋଜନ ହୋଇଛି । ଏହି ପ୍ରରିପ୍ରେକ୍ଷୀରେ ଜଟଣୀ ଅଂଚଳର ୨୦୦ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରୁ ଦୀର୍ଘ ୧୧ ଦିନର ବିଭିନ୍ନ ପ୍ରତିଯୋଗୀତାରେ ମେଲାଣୀ ନେଲେ ପ୍ରଭୁ ଗଜାନନ । ଜଟଣୀ ସହରର ୨୦୦ ରୁ ଉର୍ଦ୍ଧ୍ୱ ପୂଜା ପେଣ୍ଡାଲ୍ ଗୁଡ଼ିକ ଐତିହ୍ୟ ଓ ପରଂପରା ଏବଂ ପ୍ରତିଯୋଗୀତା ମଧ୍ୟରେ ପୂଜା ଉତ୍ସବ ପାଳନ କରିଥିଲେ । ଗୋପବନ୍ଧୁ ଛକ ପୂଜାପେଣ୍ଡାଲ, ପୋଷ୍ଟ ଅଫିସ ଛକ ମୋ ଜଟଣୀ ପୂଜା ପେଣ୍ଡାଲ, ବିନାୟକ କ୍ଲବ, ହରିଭାଇନା ଛକ, ସୀତାରାମ ଛକ, ନୀଳଚକ୍ର ମାର୍କେଟ, ବଡ ବଜାର, ମାଛ ଓ ପରିବା ମାର୍କେଟ, ମେଡିକାଲ୍ ଛକ, ମହୁଲଗୁଡିଆ ଛକ ଆଦି ଛୋଟବଡଭାବେ ପୂଜା ମଣ୍ଡପ ଏହି କ୍ରମରେ ସୀତାରାମ ଛକ ଠାରେ ଆଜି ସଂଧ୍ୟାରେ ଏକତ୍ରିତ ହେବାପରେ ସେଠାରେ ଭସାଣୀ ଉତ୍ସବ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶପୂଜା ସାରା ରାଜ୍ୟରେ ଚର୍ଚିତ । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତକରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜଗି ରହିବେ ୧୬ପ୍ଲାଟୁନ୍ ପୋଲିସ ଫୋର୍ସ । ADCP ଙ୍କ ସମେତ ୦୫ଜଣ ACP, ୧୨ ଜଣ ଇନ୍ସପେକ୍ଟର,୪୨ ଜଣ SI/ASI ,୨୦ ଜଣ WC, ୧୬୦ ଜଣ ହୋମଗାର୍ଡ଼, ୧୦ ପ୍ଲାଟୁନ୍ ଫୋର୍ସ, ୦୬ ଜଣ ଟ୍ରାଫିକ୍ ପୋଲିସ୍ନିୟୋଜିତ ହେବେ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଯାହା ସୂଚନା ଦେଇଛନ୍ତି ଜଟଣୀ ଥାନାଅଧିକାରୀ ଷ୍ଟାଲିନ କୁମାର ବିଶ୍ବାଳ ।

Smart Computer Ad
You might also like
error: Content is protected !!