ବାଲିଗୁଡା ପୋଲିସ ଆରମ୍ଭ ହେଲା ଅପେରସନ ପ୍ରହାର

ବାଲିଗୁଡା:୦୫/୦୯(ସୁକାନ୍ତ କୁମାର ତ୍ରିପାଠୀ) ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ ଲଗେଇବାକୁ ନେଇ ଆରମ୍ଭ ହୋଇଛି ଅପେରସନ ପ୍ରହାର ।ଶିକ୍ଷାନୁଷ୍ଠାନ ଏରିଆର ଶହେ ମିଟର ପରିଧୂ ମଧ୍ଯରେ କୌଣସି ଦୋକାନରେ ସିଗାରେଟ, ତମାଖୁ ଭଳି କିଛି ବି ନିଶା ଦ୍ରବ୍ୟ ରଖ୍ ପାରିବେନି କି ବିକ୍ରି କରି ପାରିବେନି ଦୋକାନୀ ।ତେବେ ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ପ୍ରହାର ଅଭିଯାନ ।ଏହି ଅଭିଯାନ ମାଧ୍ଯମରେ ରାଜ୍ୟର କୌଣସି ବି ଶିକ୍ଷାନୁଷ୍ଠାନ ଅଞ୍ଚଳ ପାଖରେ ଥୂବା ଦୋକାନରେ ବିକ୍ରି ହୋଇ ପାରିବନି ନିଶା ଦ୍ରବ୍ୟ ।ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ପୋଲିସ ଟିମ ଚଢ଼ାଉ କରି ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଛି ।କଲେଜ ଛକ ନିକଟରେ ଓ ଗୁଳିମରାପଦା ସାହିରେ ଥୂବା ୫ଟି ଦୋକାନରୁ ମୋଟ ୪୦୫ କେଜି ସିଗାରେଟ ଓ ତମାଖୁ ଦ୍ରବ୍ୟ ଜବତ କରାଯାଇଛି ।ଯଦି ଏଥିରେ କୌଣସି ବ୍ୟତିକ୍ରମ ହୁଏ ତେବେ ଅପେରସନ ପ୍ରହାର ମାଧ୍ୟମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ।

Smart Computer Ad
You might also like
error: Content is protected !!