ଧୁମଧାମରେ ପାଳନ ହେଲା ହଜରତ ମହମଦଙ୍କ ଜନ୍ମ ଜୟନ୍ତୀ ଉତ୍ସବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ: ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମଦଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଦିବସ ଅବସରରେ ଏକ ଜୁଲୁସ ଶୋଭାଯାତ୍ରା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଧୁମଧାମରେ ପାଳନ ହୋଇଛି । ଆଜି ଭୋର ନମାଜପାଠ ପରେ ସମସ୍ତଙ୍କ ଘରେ ଫାତିହା(ଭୋଗ)ର ଆୟୋଜନ କରାଯାଇଥିଲା । ସୁନି ସମ୍ପ୍ରଦାୟର ସମସ୍ତ ମୁସଲମାନ ଭାଇମାନଙ୍କ ଘରେ ବିଭିନ୍ନ ବ୍ୟଜଂନ ପ୍ରସ୍ତୁତ କରାଯାଇ ଗରୀବମାନଙ୍କ ମଧ୍ୟରେ ବଂଟା ଯାଇଥିଲା । ଏଥି ସହିତ ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ନୂତନବସ୍ତ୍ର ଧାରଣ କରିଥିବା ଦେଖିବାକୁ ମିଳିଥିଲା । ପୁର୍ବାହ୍ନ ୯ଟାଠାରୁ ଜଟଣୀର ସୁନ୍ନୀ ସଂପ୍ରଦାୟଙ୍କ ପକ୍ଷରୁ ଏକ ବିରାଟ ଜୁଲୁସ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ମକ୍କା,ମଦୀନା ଓ ଆଲାହଜରତଙ୍କ ତୋରଣ ସହିତ ଶତାଧିକ ବ୍ୟକ୍ତିବିଶେଷ ଜୁଲୁସ ମାଧ୍ୟମରେ ସହର ପରିକ୍ରମା କରିଥିଲେ । ଜଟଣୀର ପ୍ରମୁଖ ମସଜିଦ ରେତଙ୍ଗକଲୋନୀ ସ୍ଥିତ ମସଜିଦ ହବିବିର ଏମାମ ମୈାଲାନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଟଣୀ ସହରର ଗଜପତିନଗର, ଉପରବଜାର, ରାଜା ବଜାର, କୁଦିଆରୀ ବଜାର ପ୍ରମୁଖର ଜୁଲୁସ ଗୁଡିକ ବିରାଟ ପଟୁଆରରେ ଶତାଧିକ ଶ୍ରଦ୍ଧାଳୁମାନେ ଜଟଣୀର ମଧୁସୁଦନ ନଗର, ରାଜା ବଜାର, ସର୍ଦ୍ଦାର ପଟେଲ ମାର୍ଗ, ସୀତାରାମ ଛକ, ଥାନା ଛକ, ମ୍ୟୁନିସିପାଲଟି ଛକ, ମସଜିଦ ଛକ ଓ ରାମଚନ୍ଦ୍ରପୁର ଦେଇ ପରିକ୍ରମା ପରେ ରେତଙ୍ଗକଲୋନୀ ସ୍ଥିତ ମସଜିଦ ହବିବିରେ ପହଂଚିଥିଲା । ସେଠାରେ ନିଜ ଦେଶ, ରାଜ୍ୟ ଓ ନିଜ ଅଂଚଳର ଲୋକମାନଙ୍କ ମଙ୍ଗଳ ପାଇଁ ଦୂଆର ଆୟୋଜନ ହୋଇଥିଲା । ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମ୍ମଦଙ୍କ ଉଦ୍ୟଶ୍ୟରେ ସମୁହ ଦୂଆର ଆୟୋଜନ କରାଯାଇଥିଲା । ଜୁଲୁସରେ ସାମିଲ ଥିବା ସମସ୍ତଙ୍କୁ ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ସର୍ବତ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଜଟଣୀ ପୈାରପରିଷଦ ଛକଠାରେ ସମସ୍ତ ଜୁଲୁସ ଏକତ୍ରିତ ହୋଇଥିଲା ବେଳେ ସେଠାରୁ ନିଜନିଜ ମସଜିଦକୁ ଯାଇ ପହଁଚିଥିଲେ । ଶେଷରେ ସମସ୍ତଙ୍କ ପାଇଁ ଲଙ୍ଗର(ପ୍ରଶାଦ)ର ବ୍ୟବସ୍ଥା କରାଯାଇଥିଲା । ସେହିପରି ସ୍ଥାନୀୟ ବାଛରା ପାଟଣାରେ ଥିବା ମସଜିଦ-ଏ-ନୂର ଓ ମଦରସାତୁଲ ମଦିନା ପକ୍ଷରୁ ମୈାଲାନା ଜାକିର ହୁସେନ କ୍ରାଦ୍ରୀଙ୍କ ତତ୍ୱାବଧାନରେ ମହାପୁରୁଷ ମହମଦଙ୍କ ଉଦେଶ୍ୟରେ ଏକ ଦୂଆର ଆୟୋଜନ କରାଯାଇଥିଲା । ସେଠାରୁ ଏକ ଜୁଲୁସ ସହର ପରିକ୍ରମା କରି ପୁନର୍ବାର ମସଜିଦଠାରେ ପହଁଚିଥିଲେ । ଏହାକୁ ଭାଇଚାରାର ସହର ଜଟଣୀରେ ବିଭିନ୍ନ ସଂପ୍ରଦାୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି କ୍ରମରେ ରଥୀପୁର ଅଂଚଳରେ ଅନୁରୁପଭାବେ ଜୁଲୁସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କୁଦିଆରୀର ମିଲ୍ଲତ କ୍ଲବ ପକ୍ଷରୁ ଏକ ଜୁଲୁସ ଶୋଭାଯାତ୍ରା ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।

You might also like
error: Content is protected !!