ଗୁରୁଦିବସ ଅବସରରେ ଜଟଣୀ ତରାବୋଇ ଠାରେ କେନ୍ଦ୍ର ସରକାରଙ୍କ ଅଧିନ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ,ଆଜି ପବିତ୍ର ଗୁରୁଦିବସ ଅବସରରେ ଜଟଣୀ ତରାବୋଇ ଠାରେ କେନ୍ଦ୍ର ସରକାରଙ୍କ ଅଧିନ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ କାର୍ଯ୍ୟନିର୍ବାହୀ ରଞ୍ଜନ ଭୌମିକ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ |ଭୁବନେଶ୍ୱର ରେଡ଼କ୍ରସ ଓ ଦକ୍ଷତା ବିକାଶ କେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ୨୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି |ଗୁରୁଦିବସରେ ରକ୍ତଦାନ ଶିବିର ଆୟୋଜିତ କରି ସମାଜକୁ ଏକ ସୁସ୍ଥ ବାର୍ତ୍ତା ଦେବା ସହ ରକ୍ତଦାନ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ମୂଳ ଲକ୍ଷ ବୋଲି ଶ୍ରୀଯୁକ୍ତ ଭୌମିକ ପ୍ରକାଶ କରିଛନ୍ତି |ଏହି ରକ୍ତଦାନ ଶିବିରରେ ଅନୁଷ୍ଠାନର କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ,ପ୍ରଶିକ୍ଷକ ମାନେ ଭାଗ ନେଇଥିଲେ |

Smart Computer Ad
You might also like
error: Content is protected !!