ବାଲିଗୁଡା:୦୫/୦୯(ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା ନୂଆସାହି ଉନ୍ନିତ ମଧ୍ଯ ଇଂରାଜୀ ବିଦ୍ଯାଳୟର ଶିକ୍ଷକ ସତ୍ଯନାରାୟଣ ତ୍ରିପାଠୀ ଚଳିତ ବର୍ଷ ବାଲିଗୁଡା ବ୍ଲକ୍ ରୁ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଯୋଗ୍ଯ ବିବେଚିତ ହୋଇଛନ୍ତି l୨୦୧୧ରୁ ସେ ଶିକ୍ଷକତା କରି ପିପାଲି, ସଲାଗୁଡା, ଋତୁଂଗିଆ ଆଦି ସ୍କୁଲ୍ ରେ ସଂଖ୍ଯାଗଣନ ସାକ୍ଷରତା ସଂଗୀତ ମାଧ୍ଯମରେ ଜନଜାତି ଛାତ୍ରଛାତ୍ରୀଂକୁ ଶିଖାଇ ଆସିଛନ୍ତି lନୂତନ ଶିକ୍ଷା ନୀତି ୨୦୨୦କୁ ଆଖି ଆଗରେ ରଖି ସେ ଜଣେ କଣ୍ଠ ଶିଳ୍ପୀ ଭାବେ ଏହା ସୁନ୍ଦର ଭାବେ ପରିବେଷଣ କରିଛନ୍ତି lଆକାଶବାଣୀରେ ସେ ବହୁ ଶିକ୍ଷଣୀୟ କାର୍ଯ୍ଯକ୍ରମ ପରିବେଷଣ କରି ଆସୁଛନ୍ତି l ତାଂକ ଶିକ୍ଷାଗତ ଯୋଗ୍ଯତା ବିଏସ୍ସି ବିଇଡି ସହ ଏମ୍ ଏ lଫୁଲବାଣୀ ପଂଚାୟତ ଭବନରେ ଆଜି ପୁରସ୍କାର ଗ୍ରହଣ କରିଛନ୍ତି |

