ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବିଦ୍ୟୁତ୍ ଆଘାତରେ ଯୁବକର ମୃତ୍ୟୁ ଘଟିଛି l ବୁଧବାର ଅପରାହ୍ନରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି l ପୂର୍ବତନ କର୍ପୋରେଟର ଶ୍ରୀନିବାସ ରାଓଙ୍କ ପୁତ୍ରର ଅକାଳ ବିୟୋଗ ଘଟିଛି l ଅଯୋଧ୍ୟା ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ମୃତ ଘୋଷଣା କରାଯାଇଛି l ଘଟଣା ସ୍ଥଳରେ ବିଧାୟକ କେ ଅନୀଲ କୁମାର ପହଞ୍ଚି ଥିଲେ l ସାହି ଲୋକେ, କର୍ପୋରେଟର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ l ମେୟର ସଂଘମିତ୍ରା ଦଳାଇ,ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛନ୍ତି l
