ବାଲିଗୁଡା ସହର ରେ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତା କଡ଼ ରେ ଜବର ଦଖଲ କରିଥିବା ଉଠା ଦୋକାନୀ ଙ୍କୁ ଉଛେଦ

ବାଲିଗୁଡା:୦୨/୦୯ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ସହର ରେ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତା କଡ଼ ରେ ଜବର ଦଖଲ କରିଥିବା ଉଠା ଦୋକାନୀ ଙ୍କୁ ଉଛେଦ କରାଯାଇଛି l ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାଶ, ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ଓ ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଙ୍କ ଉପସ୍ଥିତ ରେ ରାସ୍ତା ପାର୍ଶ୍ୱ ଡ୍ରେନ ଓ ରାସ୍ତାରେ ଅନଧିକୃତ ଜବର ଦଖଲ ଉଛେଦ ପକ୍ରିୟା ଆରମ୍ଭ ହୋଇଛି l ବାଲିଗୁଡା ଏନଏସି ପକ୍ଷରୁ ବାରମ୍ବାର ଅନୁରୋଧ ଓ ଆପତ୍ତି ସତ୍ୱେ ରାସ୍ତା କଡ଼ ଓ ଡ୍ରେନ ଉପରେ ଉଠା ଦୋକାନୀ ମାନେ ଦୋକାନ ଖୋଲୁଛନ୍ତି l ଯାହା ଫଳ ରେ ବାଲିଗୁଡା ସହର ରେ ଦୁର୍ଘଟଣା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ନେଇ ଜବର ଦଖଲ ଉଛେଦ କରାଯାଇଛି l ବାଲିଗୁଡା ମେଡିକାଲ ଛକ ରୁ ନୁଆସାହି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ଉଠା ଦୋକାନ କୁ ଉଛେଦ କରାଯାଇ ଭେଣ୍ଡି ଜୋନ ଠାରେ ଦୋକାନ ଖୋଲିବାକୁ କୁହାଯାଇଛି l

Smart Computer Ad
You might also like
error: Content is protected !!