ପୁରୁଷ ବନ୍ଧୁ ଓ ମାଲିକ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗୋପାଳପୁର ଥାନା ଅଞ୍ଚଳରେ ଭିନ୍ନ ଏକ ନାଟକ ଦେଖାଦେଇଥିଲା l ଗତ ୧ ତାରିଖରେ ଜନୈକା ଝିଅ ଏବଂ ତାଙ୍କ ପୁରୁଷ ବନ୍ଧୁ ଅପରାହ୍ନ ସମୟରେ ଗୋପାଳପୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ l ଅଳ୍ପ ସମୟ ରହିବା ଘର ମାଲିକ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ l ତଦନ୍ତ ପରେ ପୋଲିସ ଝିଅଟିର ବୟସ ୧୭ ଏବଂ ସେ ନାବାଳିକା l ତାରି ସହିତ ଆସିଥିବା ପୁରୁଷ ବନ୍ଧୁର ବୟସ ୨୯ । ଘଟଣା ପରେ ପୋଲିସ ଝିଅଟି ନାବାଳିକା ଥିବାରୁ ତାଙ୍କ ବାପାମାଆଙ୍କୁ ଖବର ଦେଇଥିଲା l ଗୋଲନ୍ଥରା ଥାନା ଅଞ୍ଚଳରେ ରହୁଥିବା ବାପାମାଆ ଥାନାକୁ ଆସିଥିଲେ। ନିଜ ଝିଅକୁ ଭେଟିବା ସହ ଘଟଣା ଦିଗରେ ଜାଣିପାରିଥିଲେ l ବାପାମାଆଙ୍କୁ ଦେଖି ଝିଅଟି ବ୍ୟାଗରୁ ୫୦ ମିଲି ବୋତଲ ବାହାର କରି ସେଥିରେ ଥିବା ତରଳ ପଦାର୍ଥ ପିଇଦେଇଥିଲା l ଉପସ୍ଥିତ ଥିବା ପୋଲିସ ଆଉ ପିଇବାକୁ ବାରଣ କରିଥିଲେ l ପୋଲିସ ସେଠାରୁ ତାଙ୍କ ବାପାମାଆଙ୍କ ସହିତ ଝିଅକୁ ଡାକ୍ତରଖାନାକୁ ନେଇଗଲେ। ଝିଅଟିକୁ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସା ପରେ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା l ଝିଅଟିର ପାରିବାର ଲୋକେ ଘଟଣା ଦିଗରେ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ପୋକ୍ସୋ ଆଇନରେ ମାମଲା ରୁଜୁ କରି ତଦନ୍ତ କରିଥିଲା l ପୁରୁଷ ବନ୍ଧୁ ଏବଂ କମ୍ ସମୟ ରହିବା ଗୃହ ମାଲିକଙ୍କୁ ପୋଲିସ ଗିରଫ କରିଥିବା ଏସପି ଡ ଏସ୍ ବିବେକ ଏମ ଗଣମାଧ୍ୟମକୁ କହିଛନ୍ତି l ଜଣେ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ଏକ ବାସସ୍ଥାନ ଭଡ଼ା ଦେବା ପାଇଁ ପୋକ୍ସୋ ମାମଲାରେ ସମ୍ପୃକ୍ତି ପାଇଁ ମାଲିକଙ୍କୁ ଗିରଫ କରାଯାଇଛି। ପୁରୁଷ ବନ୍ଧୁ ନିମାଖଣ୍ଡି ଥାନା ଅଞ୍ଚଳର କେଦାର ଦାସ , ଏବଂ ଗୋପାଳପୁର ଅଞ୍ଚଳର ଜୋଗେନ୍ଦ୍ର କୁମାର ସିଂଙ୍କୁ କୋର୍ଟ ଚାଲାଣ କରାଯାଇଛି l

Smart Computer Ad
You might also like
error: Content is protected !!