ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବିହାର ର ଦରଭଙ୍ଗା ଜିଲ୍ଲା ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଙ୍କ ଭୋଟର ଅଧିକାର ଯାତ୍ରା ବେଳେ ମଞ୍ଚ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିରୋଧରେ ଅପଶବ୍ଦ କହିବା ସହ ଅଶାଳୀନ ଟିପ୍ପଣୀ ଦେବା ସହ ଯାତ୍ରା ରେ ସାମିଲ ଥିବା କିଛି ନେତା ଓ କାର୍ଯ୍ୟକର୍ତ୍ତା ମୋଦୀ ଙ୍କ ବିରୋଧରେ ନାରାବାଜି ଦେବା ସହ ତାଙ୍କ ମା ଙ୍କ ବିରୋଧରେ ଆପତ୍ତିଜନକ ଶଦ୍ଦ ମଧ୍ଯ ପ୍ରୟୋଗ କରିଥିଲେ। ଯାହାକି କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଦେଶ ର ଗଣତନ୍ତ୍ର ପ୍ରତି ଘୋର ଅପମାନ ଅଟେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ମାନ୍ୟବର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ନେତୃତ୍ଵରେ ସ୍ଥାନୀୟ ଗିରିଜା ଛକ ଠାରେ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ନେତା ତେଜସ୍ଵୀ ଯାଦବ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ମେୟର ପ୍ରାର୍ଥୀନୀ ସବିତା ସୁଆର, ରାଜ୍ଯ ପ୍ରବକ୍ତା ଟି ଗୋପି,ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, କର୍ପୋରେଟର ସବିତା ସାହୁ, ବନିତା ସାହୁ, ମଣ୍ଡଳ ସଭାପତି ଜଗନ୍ନାଥ ଜେନା, ସୁମନ୍ତ ସାହୁ, ବର୍ଷା ବିଦୁସ୍ମିତା, ରୀତା ସେଠି, ଏ କିରଣ କୁମାର, ପୂର୍ବତନ କର୍ପୋରେଟର ବଦ୍ରିନାରାୟଣ ନାୟକ , ରଞ୍ଜିତ ପଟ୍ଟନାୟକ, ମଣ୍ଡଳ ସଭାନେତ୍ରୀ ମନିତା ଦାଶ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର, ସଞ୍ଜୟ ଜେନା, ପ୍ରକାଶ ସ୍ଵାମୀ, ରତ୍ନଗର୍ଭା ସରସ୍ଵତୀ ଦେବୀ, ଟୁଙ୍ଗୁରୁ ପାତ୍ର, ବାଙ୍କ ସେଠି, ପଦ୍ମ ନାୟକ, ଅନୁପ ପଣ୍ଡା, ଗୋପଳ ରଥ, ରବିବାରି ଦାସ,ପତିତ ଗନ୍ତାୟତ, ପ୍ରେମଶିଳା ନନ୍ଦ,ଉଷା ମହାପାତ୍ର, ସଚିନ ପଣ୍ଡା, ସୁମନ୍ତ ଦଳେଇ, ବୁଡୁ ପାତ୍ର, ଭିକି ଆଚାରୀ, ବିନୋଦ ସିଂ ପ୍ରମୁଖ ଏଥିରେ ସାମିଲ ଥିଲେ।

Smart Computer Ad
You might also like
error: Content is protected !!