ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସାଂସ୍କୃତିକ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ୟକ୍ରମ – “ସଙ୍ଗୀତ ଯୁଗଳବନ୍ଦୀ” ଖୋର୍ଦ୍ଧା ରୋଡ଼ କନଫରେନ୍ସ ହଲ୍ରେ ଆୟୋଜିତ ହୋଇଯାଇଅଛି । ଏହି କାର୍ୟକ୍ରମରେ ଯୋଗଦେଇ ଶ୍ରୀ ସୁଭ୍ରଜ୍ୟୋତି ମଣ୍ଡଳ, ଏ.ଡି.ଆର୍.ଏମ୍ (ଇନ୍ଫ୍ରାସ୍ଟ୍ରକ୍ଚର୍) କହିଛନ୍ତି ଯେ ସାଂସ୍କୃତିକ ସଂଗଠନର ପ୍ରୟାସ ରେଳ କର୍ମଚାରୀ ଓ ସେମାନଙ୍କର ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି lକାର୍ୟକ୍ରମରେ ପ୍ରସିଦ୍ଧ କଳାକାର ଆସିଫ୍ ଖାନ୍, ବିକାଶ ସର୍କାର, ମନୀଶଙ୍କର ବିଶ୍ୱାସ, ଦେବାଶିଷ କର୍ମାକର ଓ ଆନନ୍ଦ ପ୍ରସାଦ ଦିକ୍ଷିତଙ୍କ ସୁରିଳା ସଙ୍ଗୀତ ପ୍ରଦର୍ଶନରେ ଶ୍ରୋତାମାନେ ମୋହିତ ହେଲେ।ରେଳ ମଣ୍ଡଳ ସାଂସ୍କୃତିକ ଅନନୁଷ୍ଠାନର କାର୍ୟକଳାପ ଓ ସାଂସ୍କୃତିକ ପ୍ରଚାରରେ ତାହାର ଭୂମିକା ବିଷୟରେ ଅବଗତ କରାଇବା ସହ କାର୍ଯ୍ୟକ୍ରମର ସମନ୍ୱୟକାରୀ ଭାବେ ଶ୍ରୀମତୀ ତପସ୍ୱିନୀ ମହାନନ୍ଦିଆ, ସହାୟକ କର୍ମଚାରୀ ଅଧିକାରୀ ତଥା ସହାୟକ ସଚିବ, ରେଳମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ରେଳ ଅଧିକାରୀ, କର୍ମଚାରୀ ଓ ପରିବାର ସଦସ୍ୟମାନେ ଏହି କାର୍ୟକ୍ରମରେ ଉପସ୍ଥିତ ରହି ସାଂସ୍କୃତିକ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ।
