ମହୁରୀ ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଅଧିବେଶନ: ୭୮ ଜଣ ସମାଜସେବୀଙ୍କୁ ପୁରସ୍କାର

ବ୍ରହ୍ମପୁର,(ବିଚିତ୍ର ସାହୁ):-

ମହୁରୀ ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ଅଧିବେଶନ ଓ ପୁରସ୍କାର ବିତରଣୀ ଉତ୍ସବ ଭବ୍ୟତାର ସହ ପାଳନ କରାଯାଇଛି। ସଭାପତି ଶ୍ରୀ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ସାହୁ, ଯୁବ ସଭାପତି ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ, ଆଇନ ପରାମର୍ଶଦାତା ଶ୍ରୀ ପାଣୁ ଚରଣ ସାହୁ ଏବଂ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ମଧୁବୈଶ୍ୟ ସମାଜ, କଟକର ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ, ଗଞ୍ଜାମ ଜିଲ୍ଲାର ରାଜଶ୍ରୀ ପଦ୍ମନାଭ ଶାସମଲ, ତାରା ତାରିଣୀ ପୀଠର ସଭାପତି ଶ୍ରୀ ସାହେବ ସାହୁ ଓ ଅନ୍ୟମାନେ ଯୋଗ ଦେଇଥିଲେ। ୭୮ ଜଣ ସମାଜସେବୀଙ୍କୁ ମଧୁଶ୍ରୀରନ୍‌ (୧୧ ଜଣ), ମଧୁରତ୍ (୪୩ ଜଣ) ଓ ମଧୁଶ୍ରେୟ (୨୪ ଜଣ) ପୁରସ୍କାର ପ୍ରଦାନ କରାଯାଇଥିଲା।ଏହି ଅବସରରେ ସମାଜର ପ୍ରତ୍ୟେକ ସଭ୍ୟଙ୍କୁ ସଦସ୍ୟତା ପ୍ରମାଣପତ୍ର ବିତରଣ କରାଯାଇଥିଲା। ସାମାଜିକ କାର୍ଯ୍ୟ ଯଥା ମେଡିକାଲ ସାହାଯ୍ୟ, ଶିକ୍ଷାଗତ ଉନ୍ନତି ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସାମାଜିକ ବ୍ୟବସ୍ଥାରେ ତ୍ରୁଟି ଦୂରୀକରଣ ଓ କୌଳିକ ବୃତ୍ତିର ପ୍ରସାର ପାଇଁ ଦୃଢ ପଦକ୍ଷେପ ନେବା ନେଇ ଆଲୋଚନା ହୋଇଥିଲା। ସମସ୍ତଙ୍କ ସହଯୋଗରେ ଏକ ସୁସ୍ଥ ଓ ସବଳ ସମାଜ ଗଠନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।ଏକ ସ୍ଥାୟୀ ସମାଜ ଗଠନ ପାଇଁ ଜ୍ଞାନୀ ଓ ଗୁଣୀ ବ୍ୟକ୍ତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରାଯାଇଥିଲା। ଏଣୁ ଆତ୍ମସ୍ୱାର୍ଥ ତ୍ୟାଗ କରି ସମାଜର ସ୍ୱାଭିମାନୀ ଓ ଜାତିପ୍ରେମୀ ବ୍ୟକ୍ତିମାନଙ୍କୁ ଏକ ସ୍ଥାୟୀ ସମ୍ବିଧାନ ପ୍ରଣୟନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରାଯାଇଛି। ଏହା ଆଗାମୀ ପିଢ଼ି ପାଇଁ ମର୍ଯ୍ୟାଦା ସମ୍ପୂର୍ଣ୍ଣ ହେବ ଏବଂ କୁଳଗଙ୍ଗାର ଗୌରବ ବଜାୟ ରହିବ ବୋଲି ଆଶା ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମ ସମାଜର ଏକତା ଓ ସେବା ଭାବନାକୁ ଆହୁରି ସୁଦୃଢ କରିଛି।

Smart Computer Ad
You might also like
error: Content is protected !!