ମନ୍ତ୍ରୀ ବିଭୁତିଙ୍କୁ ମୋନଜଙ୍କ ପତ୍ର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ)

ବ୍ରହ୍ମପୁର ସହର ଦକ୍ଷିଣ ଓଡିଶା ର ପ୍ରମୁଖ ବାଣିଜ୍ୟ କେନ୍ଦ୍ର l ଏହା ବ୍ୟତୀତ ସମଗ୍ର ଦକ୍ଷିଣ ଓଡିଶା ର ପରିବହନର ସୁପରିଚାଳନା କ୍ଷେତ୍ରରେ ବ୍ରହ୍ମପୁର ଏକ ନିର୍ଣ୍ଣାୟକ ସ୍ଥଳୀ l ଏଣୁ ଏଠାରେ ଆଞ୍ଚଳିକ ପରିବହନ ଶାଖା କାର୍ଯାଳୟ ଖୋଲିବା ନିହାତି ଆବଶ୍ୟକ ରହିଛି ବୋଲି ଗଞ୍ଜାମ ଓକିଲ ସଂଘ ସଭାପତି ମୋନଜ ପଟ୍ଟନାୟକ ପତ୍ର ଲେଖିଛନ୍ତି l ଗଞ୍ଜାମ ଜିଲ୍ଲାର ଲକ୍ଷାଧିକ ମୋଟର ଯାନ ମଧ୍ୟରୁ ଅର୍ଦ୍ଧାଧିକ ବ୍ରହ୍ମପୁର ସହର ସମେତ ଆଖପାଖ ଅଂଚଳରେ ରହିଛି l ତେବେ ଉକ୍ତ ଯାନବାହାନ ଗୁଡିକର ଫିଟନେସ ସାର୍ଟିଫିକେଟ, ପଞ୍ଜିକରଣ, ରୋଡ଼ ପରମିଟ, ଟିକସ ପୈଠ ଓ ଡ୍ରାଇଭିଂ ଲାଇସେନ୍ସ ମଞ୍ଜୁରୀ କିମ୍ବା ନବୀକରଣ କରିବା ଆଦି କାର୍ଯ୍ୟ ପାଇଁ ଆଜିକାର ବ୍ୟସ୍ତ ବହୁଳ ଜୀବନରେ ସମୟ ବାହାରକରି ଛତ୍ରପୁର ଯିବା ସମ୍ଭବପର ହେଉନାହିଁ l ବ୍ରହ୍ମପୁର ଠାରେ ପରିବହନ ବିଭାଗ ର ଏକ ଶାଖା କାର୍ଯ୍ୟାଳୟ ଖୋଲିବା ଦ୍ୱାରା ଜନସାଧାରଣ ଙ୍କ ସମୟ, ଆର୍ଥିକ ଖର୍ଚ୍ଚାନ୍ତରୁ ବଞ୍ଚିତ ହୋଇ ପlରନ୍ତେ l ଏବଂ କିଛି ଶିକ୍ଷିତ ବେକାରୀ ଯୁବକଙ୍କ ରୋଜଗାର ପନ୍ଥା ମଧ୍ୟ ବାହାର ହୋଇପାରନ୍ତା l ଏହାକୁ ନେଇ ଓକିଲ ସଂଘ ସଭାପତି ଶ୍ରୀ ପଟ୍ଟନାୟକ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି l

Smart Computer Ad
You might also like
error: Content is protected !!