ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ବିଶିଆପଡ଼ା ସ୍ଥିତ ପ୍ରୀମୀୟର ସ୍କୁଲ ଅଫ ନର୍ସିଂ ରେ ଆଜି ହିମାଚଳ ପ୍ରଦେଶର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ସହିତ ଆମ ରାଜ୍ୟର ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଥିଲେ। ସ୍କୁଲ ଅଫ ନର୍ସିଂ ର ଅଧକ୍ଷ ପ୍ରତାପ କିଶୋର ପାତ୍ରଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥି ଏସହିତ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓଡିଶା ଓ ସଂଗ୍ରାମୀ ୟୁଥ୍ ଫେଡେରେସନର ମିଳିତ ସହଯୋଗରେ ଗତ ୨୬ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆନ୍ତଃ ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ସ୍ଥିତ କେଟି ଗ୍ଲୋବାଲ ସ୍କୁଲରେ ହିମାଚଳରରୁ ଆସିଥିବା ୨୬ ଜଣ ଯୁବକ ଯୁବତୀ ମାନଙ୍କୁ ସ୍ଵାଗତ କରାଇ, ବିଭିନ୍ନ କଳା, ସଂସ୍କୃତି, ଯୁବ ବ୍ୟାପାର ଓ ପର୍ଯ୍ୟଟନ କ୍ଷେତ୍ରରେ ଆଲୋଚନା କରାଯାଇଥିଲା । ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅର୍ଜୁନ ପ୍ରଧାନ, ନିରଞ୍ଜନ ସ୍ୱାଇଁ , ଯୁବ ଓ କ୍ରୀଡ଼ା ବିଭାଗର ଡ଼ ନିବେଦିତା ଆଚାର୍ଯ୍ୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଖୋର୍ଦ୍ଧା ଭଗତ ବେହେରା, ଓଡ଼ିଶା ସରକାରଙ୍କ ସଚିବ ନିହାର ରଞ୍ଜନ ଦାଶ, ରାମକୃଷ୍ଣ ମହାନ୍ତି, ପ୍ରତାପ କିଶୋର ପାତ୍ର, ହିମାଚଳ ପ୍ରଦେଶର ମୁଖ୍ୟ କନିଶ୍କ ଶର୍ମା ଅନ୍ୟାନ୍ୟ ଯୁବ ବିନିମୟ, ପର୍ଯ୍ୟଟନ ବିକାଶ, ଖେଳକୁଦ, ଶିକ୍ଷା, ଭାଷା, ସାହିତ୍ୟ, ସଂସ୍କୃତିର ଆଲୋଚନା କରିଥିଲେ । ପରିଶେଷରେ ୪ଗୋଟି ବିଭାଗ କରି ଆଲୋଚନା ହୋଇଥିଲା । ହିମାଚଳ ପ୍ରଦେଶ ଓ ଓଡ଼ିଶାର ପରମ୍ପରା ବିଷୟରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିଷୟ ଆଲୋଚନା କରାଯାଇଥିଲା ଯଥା ଦକ୍ଷତା ବିକାଶ, ଯୁବ ନୀତି, ସଂସ୍କୃତି ପରମ୍ପରା, ପର୍ଯ୍ୟଟନ, ଖେଳ କୁଦ, ଚାଷ ଓ କୃଷି , ସାମାଜିକ ଗଣ ମଧ୍ୟମ ଇତ୍ୟାଦି ବିଷୟରେ ଓଡ଼ିଶା ସରକାର ଓ ବିଭିନ୍ନ ଅଣ ଅନୁଷ୍ଠାନରୁ ଆସିଥିବା ପ୍ରଶିକ୍ଷକ ମାନେ ଯୁବ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଯୁବ ବ୍ୟାପାର ବିଭାଗ ଭାରତ ସରକାର, ମାଇ ଭାରତ ଓ ପର୍ଯ୍ୟଟନ ବିଭାଗ ସହଯୋଗ କରିଥିଲେ । ଓଡ଼ିଶା ସଂସ୍କୃତିର ବାର୍ତ୍ତା ନେଇ ବିଭିନ୍ନ ସ୍ଥାନ ଯଥା ବରୁଣେଇ ପୀଠ, ଖୋର୍ଦ୍ଧା ଗଡ, ପୁରୀ ଜଗନ୍ନାଥ ମନ୍ଦିର, ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ସୂର୍ଯ୍ୟ ମନ୍ଦିର, ଲିଙ୍ଗରାଜ ମନ୍ଦିର ଓ କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।ଗ୍ରାମାଞ୍ଚଳ ପରିଦର୍ଶନ ଓ ସଭ୍ୟତାକୁ ପରଖିବା ପାଇଁ ଜଙ୍କିଆ ସ୍ଥିତ ନୂଆଗାଁରେ ସମସ୍ତ ଯୁବ ପ୍ରତିନିଧି ମାନଙ୍କୁ ଗୋଟିଏ ଲେଖାୟେଁ ପରିବାର ଦିଆଯାଇଥିଲା। ସେମାନେ ସେ ପରିବାର ସହ ସମୟ ବିତାଇ ନିଜର କଥୋପ କଥନ କରାଇଥିଲେ।
