ବ୍ରହ୍ମପୁର,(ବିଚିତ୍ର ସାହୁ):-
ସ୍ଥାନୀୟ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଜାତୀୟ ଚକ୍ଷୁଦାନ ପକ୍ଷ ତା ୨୫.୦୮.୨୦୨୫ ଠାରୁ ୦୮.୦୯୨୦୨୫ ଯାଏ ଦୀର୍ଘ ୧୫ ଦିନ ଧରି ପାଳନ କରିବାକୁ ଯାଉଛି। ପକ୍ଷ ପାଳନର ପ୍ରଥମ ଦିବସରେ ବସନ୍ତ ଏକାଡେମୀର ପ୍ଲୁସ ୨ ଓ ପ୍ଲୁସ ୩ ଛାତ୍ରୀ ଓ ଛାତ୍ରମାନଙ୍କ ମଧ୍ୟରେ ଚକ୍ଷୁଦାନ ବିଷୟରେ ଆଲୋଚନା କରାଯାଇଛି। ମୃତ୍ୟୁପରେ ଚକ୍ଷୁଦାନ ବିଷୟରେ କ୍ଳବର ବରିଷ୍ଠ ସସଭ୍ୟ ଇଂଜିନିଅର ପ୍ରଶାନ୍ତ କୁମାର ପାତ୍ର, ଜମ୍ମୁଲା ସୁରେଶ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଭାରତରେ ଲକ୍ଷ ଲକ୍ଷ ଚକ୍ଷୁ ବିଶେଷତଃ କର୍ଣ୍ଣିଆ ବା ଚକ୍ଷୁପଟଳ କ୍ଷତିଫଳରେ ଦୃଷ୍ଟିଶକ୍ତି ହରାଇଥାନ୍ତି। ଦୃଷ୍ଟିଶକ୍ତି ଫେରିପାଇବାକୁ ହେଲେ କର୍ଣ୍ଣିଆ ରୋପଣ ହିଁ ଏକମାତ୍ର ବାଟ। ଏହାକେବଳ ସମ୍ଭବ ହୋଇଥାଏ ଯେତେବେଳେ ଜଣଙ୍କ ମୃତ୍ୟୁପରେ ତାଙ୍କପାରିବାର ଚକ୍ଷୁଦାନ କରିବାକୁ ଆଗେଇ ଆସନ୍ତି। ସମାଜରୁ ଅନ୍ଧତ୍ୱ ଦୁରିକରଣ ପାଇଁ ଆମେ ସମସ୍ତେ ମୃତ୍ୟୁପରେ ଚକ୍ଷୁ ଦାନ କରିବା । ମୃତ୍ୟୁପରେ ଶରୀରକୁ ଦାହ କିମ୍ବା ପୋତି ନଷ୍ଟକରିବା ଅପେକ୍ଷା ଚକ୍ଷୁଦାନ କରି ଦୁଇଜଣଙ୍କୁ ଦିବ୍ୟଦୃଷ୍ଟିଦେବା ଉଚିତ। ଇଛୁକ ଦାତା ମୃତ୍ୟୁପରେ ଚକ୍ଷୁଦାନ ପାଇଁ ନିଜପରିବାରର ସମସ୍ତଙ୍କୁ ଅବଗତ କରାଇବା ଦରକାର । ଯାହାଫଳରେ ସେ ସଠିକ ସମୟରେ ଚକ୍ଷୁ ବେଙ୍କର ଚକ୍ଷୁବିଶେଷଜ୍ଞଙ୍କୁ ଡାକିପାରିବେ ଓ ମୃତବ୍ୟକ୍ତିର ମୁଣ୍ଡକୁ ତକିଆ ଦେବାକୁ ପଡିଥାଏ ଓ ଆଖିଦୁଇଟିକୁ ଓଦା କନା ଦେଇ ଓଦାରଖିବାକୁ ପଡିଥାଏ। ତେଣୁ ସମସ୍ତ ଛାତ୍ର ଛାତ୍ରୀ ଏହି ବିଷୟରେ ସଚେତନ ହେବା ଆବଶ୍ୟକ।ପିଲାମାନେଏହିପକ୍ଷ ପାଳନ ଅବସରରେMKCG ମେଡିକାଲ କଲେଜର ଚକ୍ଷୁବିଭାଗ ଦ୍ୱାରା ଅନୁଷ୍ଠିତ ହୋଇଥିବା ବିଶାଳ ପଦଯାତ୍ରାରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସଭାପତି ସତ୍ୟକମ ପାତ୍ର, ସମ୍ପାଦକ ଏମ୍.ପ୍ରବୀଣ କୁମାର , ପ୍ରଫେସର ବି.ନାଗେଶ୍ୱର ରାଓ ସୁବୁଦ୍ଧି , ବସନ୍ତ କୁମାର ସାହୁ, ଏହିପ୍ରୋଜେକ୍ଟର ଅଧ୍ୟକ୍ଷ ଜମ୍ମୁଲା ସୁରେଶ ,କେ.ନନ୍ଦେଷୁ ସେନାପତି ,ଡି. ଭାରଟୁଡୁ , ଭି.ଭି.ରାଜୁ, ପ୍ରସନ୍ନ କୁମାର ପାତ୍ର, ପ.ଶ୍ରୀନିବାଶ ରାଅକେ.ନାଗେଶ୍ୱର ରାଓ ଓ ବହୁ ସଭ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କ୍ଳବ୍ ପନ୍ଦର ଦିନ ଧରି ବିଭିନ୍ନ ଅନୁଷ୍ଠାନ ଓ ସହରର ବିଭିନ୍ନ ସ୍ଥାନରେ ପଦଯାତ୍ରା ସଭା କରାଯାଇ ଚକ୍ଷୁଦାନ ବିଷୟରେ ସଚେତନତା ସୃଷ୍ଟି କରାଯିବାପାଇଁ ସ୍ଥିର କରାଯାଇଛି।ଜମ୍ମୁଲା ସୁରେଶ, 🙏ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ,ବ୍ରହ୍ମପୁର9437261855👇